ପ୍ରକୃତିର ବରଦାନ ଗଣ୍ଡାହାତୀ ଜଳ ପ୍ରପାତ

୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଗଜପତି ରାୟଗଡ଼ :- ଗଜପତି ରାୟଗଡ଼ ବ୍ଲକ ଗଣ୍ଡାହାତୀ ଜଳ ପ୍ରପାତ ଏକ ପର୍ଯ୍ୟଟନ ସ୍ଥଳି ଭାବେ ପରିଚିତ ସୁନ୍ଦର ସବୁଜିମା ଭରା ପାହାଡ଼ ପର୍ବତ ମଧ୍ୟରେ ଝରଝର ହୋଇ ଝରଣାଟି ବହି ଯାଉଥାଏ । ଏହି ସୁନ୍ଦର ସବୁଜିମା ପରିବେଶରେ ପିକ୍ ନିକ୍ ପାଇଁ ଉପଯୋକ୍ତ ଜାଗା ଗଜପତି ଜିଲ୍ଲାର ଏହି ପର୍ଯ୍ୟଟନ ସ୍ଥଳକୁ ରାଜ୍ଯ ବାହାରର ପର୍ଯ୍ୟଟକ ଏଠାରେ ପିକ୍ ନିକ୍ ପାଇଁ ଆସୁଥାନ୍ତି । ବର୍ତମାନ ପିକ୍ ନିକ୍ ଋତୁ ସହ ବର୍ଷର ପ୍ରଥମ ଦିନ ରବିବାର ପଡ଼ିଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା  । ହଜାର ହଜାର ଟଙ୍କାର ପର୍ଯ୍ୟଟନ ମାନେ ଆସି ପ୍ରକୃତି ଭରା ସବୁଜିମାକୁ ଉପଭୋଗ କରିଥିଲେ । ରାଜ୍ଯର କଟକ ଭୁବନେଶ୍ବର ସମେତ ନୟାଗଡ଼ ସଂଖ୍ଯକ ପର୍ଯ୍ୟଟନଙ୍କୁ ଏଠାରେ ଦେଖିବାକୁ ମିଳିଥିଲା । ବହୁ ଉଚ୍ଚରୁ ଜରୁଥିବା ପାଣିରେ ଗାଧୋଇବାର ମଜା ଉଟାଇବା ବେଳେ ଗଣ୍ଡାହାତୀ ଜଳପ୍ରପାତର ସବୁଜମୟ ଅଞ୍ଚଳକୁ ଦେଖିଥିଲେ ପର୍ଯ୍ୟଟକ,ବିଶେଷ କରି ଯୁବକ ଗୋଷ୍ଠିମାନେ ବାଦ୍ଯଯନ୍ରର ତାଳେତାଳେ ନାଚ ଗୀତ ଆଶାର ଜମାଇଥିଲେ ସେହିପରି ଶିଶୁ ଉଦ୍ଯାନରେ ଥିବା ଦୋଳିରେ ଝୁଲୁଥିବା ବେଳେବେଳେ ଦଳଦଳ ହୋଇ ପର୍ଯ୍ୟଟକ ମାନେ ଭୋଜି କରିଥିବାର ଦେଖିବାକୁ ମିଳୁଥିଲା ।ସୂଚନା ଏହି ଗଣ୍ଡାହାତୀ ଜଳ ପ୍ରପାତକୁ ବିଶେଷ କରି ନଭେମ୍ବର ମାସରୁ ପିକ୍ ନିକ୍ ପାଇଁ ଭିଡ଼ ଜମିଥାଏ । ଏପରି ନୂତନ ବର୍ଷର ପ୍ରଥମାର୍ଥକ ପିକ୍ ନିକ୍ ର ଲାଗି ରହିଥାଏ । ଭିଡ଼ ଜମୁଥିବାର ଦେଖି ଅସ୍ଥାୟୀ ଦୋକାନୀ ମାନେ ଏଠାରେ ପିକ୍ ନିକ୍ ରୁ ଦୂରେଇ ଡେରା ପକାଇଥାନ୍ତି । ଏହା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ଆଦୀବାସୀ ମାନେ ଅମୃତ ଭଣ୍ଡା କଦଳୀ ଦେଶୀ ଆଳୁ ଆଦି ବିକ୍ରି କରିଥାନ୍ତି । ପର୍ଯ୍ୟଟନ ସ୍ଥଳି ବହୁ ଭାବେ ଉଚ୍ଚା ଥିରେ ରହିଥିରେ ରହିଥିଲେ ମଧ୍ଯ ରହିଛି । ଏହି ଗଣ୍ଡାହାତୀ ଜଳ ପ୍ରପାତ ।

 

Exit mobile version