ଏକାଦଶ ରାମଚଣ୍ଡୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ : ଢେଙ୍କାନାଳ ଦଳ ବିଜୟୀ

୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ କୋଦୁଆବେରେଣି ଗ୍ରାମର ମା ରାମଚଣ୍ଡୀ କ୍ରିକେଟ ଟୁର୍ନାମେଣ୍ଟ କ୍ଳବ୍ ଆନୁକୂଲ୍ୟରେ ଶୁକ୍ରବାର ଦିନ କୋଦୁଆବେରେଣି ଗ୍ରାମ ଖେଳପଡ଼ିଆ ରେ ଉଦ୍ ଘାଟିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ ,ସନମାନିତ ଅତିଥି ଭାବେ ସମାଜସେବୀ ଦୁର୍ୟୋଧନ ସେଠି, ମାଧବ ଚନ୍ଦ୍ର ଦାଶ, ସାରଙ୍ଗ ଧର କର ପ୍ରମୁଖ ଯୋଗ ଦେଇଥିଲେ । ଆଜିର କ୍ରିକେଟ ପ୍ରତିଯୋଗିତାରେ ।କାଇପଦର ଦଳ 20ଓଭର ରେ 212 ରନ କରିଥିବା ବେଳେ ଢେଙ୍କାନାଳ ଦଳ 19 ଓଭର ଖେଳି 216 ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।ଏହି ପ୍ରତିଯୋଗିତାକୁ ଅମ୍ପାୟର ଭାବେ ସୁଧୀର ରଞ୍ଜନ ପଣ୍ଡା ଓ ଚିତ୍ତରଞ୍ଜନ ପଣ୍ଡା ଖେଳ ପରିଚାଳନା କରିଥିଲେ । ଆସନ୍ତା କାଲି ଦ୍ୱିତୀୟ ଲିଗ୍ ମ୍ୟାଚ୍ ମଞ୍ଚେଶ୍ୱର  ଓ କୁମାର ବସ୍ତ ମଧ୍ୟରେ ଖେଳ ଅନୁଷ୍ଠିତ ହେବର କମିଟି ପକ୍ଷରୁ ସୂଚନା ମିଳିଛି |

Exit mobile version