ଅସରଳା ସେବା ସମିତିରେ ଧାନ ମଣ୍ଡି ଉଦଘାଟିତ

୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :- ଖୋର୍ଦ୍ଧା ଜିଲ୍ଲା ଅସରଳା ସେବା ସମବାୟ ସମିତିରେ ଚଳିତ ବର୍ଷ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଛି।ସମବାୟ ସମିତି ର ସମ୍ପାଦକ ପରମାନନ୍ଦ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଧାନ ମଣ୍ଡିର ଉଦଘାଟନି ଉତ୍ସବରେ ସମବାୟ ସମିତିର ନିରୀକ୍ଷକ ପ୍ରଦୀପ୍ତ ମହାପାତ୍ର ଓ ଶିବାନୀ ଫୁଡର ରବିନ୍ଦ୍ର ସୁବୁଦ୍ଧି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅସରଳା ସେବା ସମିତି ଅଧୀନରେ ଥିବା ଅସରଳା , ପୁଆଣିଆ,ମାଗୁରା ସହଜପୁର, ବାରବାଟୀ ରହିଥିବା ବେଳେ ଚାଷୀ ମାନେ ଚଳିତ ବର୍ଷ ସମୁଦାୟ ୫୦୪ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ଲ୍ୟାମ୍ପକୁ ୪୦୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି ଓ ଅନ୍ୟପଟେ ଏହି ମଣ୍ଡି ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଚାଲିବା ନେଇ କାର୍ୟ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ଉଦଘାଟିତ ଦିବସରେ ସମିତିର ସଭାପତି ରଂଜନ କୁମାର ଖଟେଇ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

Exit mobile version