Home ଓଡ଼ିଶା ଗୁମ୍ମାରେ ତୃତୀୟ ସମିତି ବୌଠୋକ,ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ଗୁରୁତ୍ୱ,ବୋୖଠୋକ ପୂର୍ବରୁ କକ୍ଷତ୍ୟାଗ କରିଥିଲେ – ସମସ୍ତେ ସମିତି ଓ ସରପଞ୍ଚ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭାଗୃହ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେଖ ବେହେରା,ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ,ଏଇଇ ବିଭୁ ଚରଣ ପୂଜାରୀ,ଏବିଡ଼ିଓ ବିପ୍ର ଚରଣ ପ୍ରଧାନ,ଏକାଉଣ୍ଟ ସମୁନାଥ ବେହେରା,ଏମଓଆଇସି ଓ ଭାରପ୍ରାପ୍ତ ସଂପ୍ରସାରଣ ଅଧିକାରୀ ବି ଶଙ୍କର ରାଓ ଯୋଗ ଦେଇଥିଲେ। ବୋୖଠୋକ ଆରମ୍ଭ ହେବା ପୂର୍ବରୁ ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକରେ ଅସହଯୋଗ କରୁଥିବା ଯୋଗୁଁ ସଭା ଗୃହରେ ନ ବସିବାକୁ କକ୍ଷତ୍ୟାଗ କରିଥିଲେ। ବହୁ ବୁଝାସୁଝା ପରେ ସଭାଗୃହରେ ଯୋଗ ଦେଇଥିଲେ। ପ୍ରଥମେ ଗ୍ରାମ ପଞ୍ଚୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ବି ଶଙ୍କର ପୂର୍ବ ବୈଠକର ବିବରଣି ପାଠ କରି ଶୁଣାଇଥିଲେ। ଏଥିସହ ସ୍ଵଚ୍ଛ ଭାରତ,ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା,ସାମାଜିକ ସୁରକ୍ଷା,ମହିଳା ଓ ଶିଶୁ ବିକାଶ, ମନରେଗା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚଦଶ ଅର୍ଥ କମିଶନ, ଓଡ଼ିଶା ଜୀବିକା ମିଶନ ଜଯୋନା,ଖାଦ୍ୟ ସୁରକ୍ଷା,ସ୍ୱାସ୍ଥ୍ୟ,ଶିକ୍ଷା,କୃଷୀ,ଗ୍ରାମୀୟ ଉନ୍ନୟନ, ପୂର୍ତ୍ତ ବିଭାଗ,କୃଷି ଉଦ୍ୟାନ ଯୋଜନା,ପଶୁ ସମ୍ପଦ,ଶିଶୁ ସୁରକ୍ଷା,ଉନ୍ନୟନ କାର୍ଯ୍ୟ ଓ ଜନସାଧାରଣଙ୍କ ଅଭିଯୋଗ ଭଳି ଅନ୍ୟାନ୍ୟ ସମସ୍ତ ବିସୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।ଲୋକ ପ୍ରତିନିଧି ମାନଙ୍କ ଅଜାଣତରେ ମଞ୍ଜୁର କରାଯାଉଥିବା ପ୍ରକଳ୍ପକୁ ବିରୋଧ କରି ସଭାଗୃହରେ ଅସନ୍ତୋଷ ଦେଖା ଦେଇଛି।ପ୍ରଶାସନିକ ଅଧିକାରୀ ମାନଙ୍କ ମନମୁତାବକ କାର୍ଯ୍ୟ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ବହୁ ଦୁର୍ନୀତି ସମ୍ପର୍କରେ କ୍ଷବ ପ୍ରକାଶ କରିଛନ୍ତି ତୋରଭା ସମିତି ସଭ୍ୟ ଡାନିଏଲ ଶବର । ସେହିପରି ବାଇଝାଲ ସରପଞ୍ଚ ନାଉମ ଗମାଙ୍ଗ,ଜିସି ଗମାଙ୍ଗ,ଏଡେଙ୍ଗା ଶବର,ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡୁଆଳ, ଏସନୀ ରଇତ,ମୌବିତା ମଣ୍ଡଳ ଓ ସିଂଧାରାଣୀ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ଅଧକ୍ଷା ଅଣଦେଖା କରୁଥିବା ସହ ଝାମି ପଞ୍ଚାୟତ ଅନ୍ତର୍ଗତ ଏସ ବଢୁଆ ବିଦ୍ୟାଳୟର ଟି ତୁଳସୀ ଦାସ ଶିକ୍ଷକ ଯୋଗୁଁ ୪୦ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉ ନଥିବା ଏକ ବଡ଼ ପ୍ରସଙ୍ଗ ଉଠାଇଛନ୍ତି। ଅନେକ ଗ୍ରାମ ମାନଙ୍କରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ନବନିର୍ବାଚିତ ଜିବା, ଝାମି,ଗୁମ୍ମା ଓ ପରିଡ଼ା ପ୍ରତିନିଧିମାନେ ଗୃହରେ ଅଭିଯୋଗ କରିଥିଲେ। ଏହି ବୈଠକରେ ୨୦ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ଗ୍ରାମ ସେବକ ଏବଂ ସମସ୍ତ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ।ଜିପିଇଓ ବି ଶଙ୍କର ରାଓ ବୈଠକକୁ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026 ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026