କରୋନା ମହାମାରୀର ସଚେତନତା କରାଇ ମାସ୍କ ବାଣ୍ଟିଲେ ବିଧାୟକ ପ୍ରକାଶ ମାଝୀ

ଓଡିଶା ତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ପାନାବେଡା ପବ୍ଲିକ ସ୍କୁଲ ର ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ପରିଚାଳନା କମିଟି ଦ୍ୱାରା ଆୟୋଜିତ ବୈଠକରେ ଯୋଗଦେଇ ଫେରୁଥିବା ସମୟରେ ସ୍ଥାନୀୟ ସଦର ମହକୁମା ସ୍ଥିତ ବ୍ୟାଙ୍କ ଅପ ବରୋଦା କୁ ଆସିଥିବା ସମସ୍ତ ହିତାଧିକାରୀଙ୍କୁ କରୋନା ମହାମାରୀ ବିଷୟରେ

ସଚେତନ କରାଇଥିଲେ, ତତ ସହିତ ନିଜ ପାଖରେ ଥିବା ପ୍ରାୟ ୨୦୦ ମାସ୍କ ସେମାଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଏହି ବଣ୍ଟନ ସମୟରେ ବିଜୁଜନତା ଦଳ ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ପାଢୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ବିଧାୟକ ଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ । ( ରିପୋର୍ଟ – ଯୁବରାଜ/ବଳରାମ,ଚନ୍ଦାହାଣ୍ଡି )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version