Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲା ରେ ଭାରତ ଯୋଡ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଭାରତ ଯୋଡ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀ ଅମିର ଚାନ୍ଦ ନାୟକ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହିଥିଲେ । ଏହି ବିଷୟରେ ଆଜି ରାଜ୍ୟ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାମାରେ ଏହି ଭାରତ ଯୋଡ ଯାତ୍ରା ପାଇଁ ଜିଲ୍ଲା କାର୍ଯ୍ୟକ୍ରମ କୁ ସହଯୋଗ କରିବାକୁ ପଦଯାତ୍ରା କିପରି ହେବ ଏବଂ ପାରଳାଖେମୁଣ୍ଡି ପୈରପରିଷଦ ଓ ଜିଲ୍ଲା ର ସାତଗୋଟି ବ୍ଲକ ରେ ସମସ୍ତ ବ୍ଲକରେ ସହିତ ପଞ୍ଚାୟତ ସ୍ତରୀୟ ଏହି ଭାରତ ଯୋଡ ପଦଯାତ୍ରା କିପରି ସଫଳ ହେବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏଥିସକାସେ ସମସ୍ତ ନେତା କର୍ମି ଙ୍କ ନିଜ ନିଜର ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ୍ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏଥିରେ ଦାସରଥି ଗମାଙ୍ଗ ବିଧାୟକ ମୋହନା, ସଭାପତି ଜିଲ୍ଲା କଂଗ୍ରେସ ସଭାପତି, ଅଭିମନ୍ୟୁ ପଣ୍ଡା, ସୁଦର୍ଶନ ପଣ୍ଡା,ମିନ ମଣ୍ଡଳ, ବାଳକୃଷ୍ଣ ମଲିକ, କୁନା ମାଝୀ, ଶଗ୍ରାମ ସାହୁ, ଗୋପାଳକୃଷ୍ଣ ଦଳେଇ, ଶଙ୍କର ପ୍ରଧାନ,ଜାଖବ ରାଇକା, ଲକ୍ଷ୍ମୀ ପାଇକ, ରମେଶ ପ୍ରଧାନୀ ମଡେଲ ସ୍ୱଲସିଂ, ପ୍ରମୁଖ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପ ସଭାପତି ବସନ୍ତ ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026 ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026