ଆର . ଉଦୟଗିରି ବ୍ଳକରେ ଗଜପତି ଜ୍ୟୋତିକୁ ଭବ୍ୟ ସ୍ବାଗତ ଜଣାଇଲେ

୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକର ମଙ୍ଗରାଜପୁରୁ ଓ ଆର. ଉଦୟଗିରି ଗ୍ରାମରେ ଗଜପତି ଜ୍ୟୋତିକୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ଜ୍ୟୋତିକୁ ପ୍ରଥମେ ବ୍ଳକର ସିମାରେଖା ମଙ୍ଗରାଜପୁର ପଞ୍ଚାୟତ ନିକଟରୁ ରାମଗିରି ଡିଗ୍ରୀ ବିଦ୍ୟାଳୟ ଓ ମାଧମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଆନନ୍ଦ ଉଳାସରେ ସ୍ବାଗଚ କରି ଏହି ଗଜପତି ଜ୍ୟୋତିକୁ । ଏହାପରେ ଛେଳିଗଡ ଦେଇ ଆର. ଉଦୟଗିରି ଗ୍ରାମରେ ଏହି ଗଜପତି ଜ୍ୟୋତି ପହଞ୍ଚିବା ପରେ ଗ୍ରାମର ସତାଧିକ ଜନତା, ସରକାରୀ କର୍ମଚାରୀ, ସମେତ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ବିଡିଓ ଲରିମନ ଖର୍ସେଲ ଏବଂ ସହକାରୀ ଯନ୍ତୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠି ପ୍ରମୁଖ ଆଦିବାସୀ ନୃତ୍ୟତାଳେ ତାଳେ ସମ୍ବଦ୍ଧନା ଜଣାଇଥିଲେ ଏହି ଜ୍ୟୋତିକୁ ଏୈତିହାସିକ ମହେନ୍ଦ୍ରଗିରି ପ୍ରର୍ବତର କୃନ୍ତୀ ମନ୍ଦିରରୁ ଆସିଥିବା ଏହି ମସାଲ୍ ବା ଜ୍ୟୋତିକୁୁ ସ୍ଥାନୀୟ ପାବତୀ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା । ଆର,ଉଦୟଗିରିରେ ଆଗାମୀ ୧୨ ଓ ୧୩ ତାରିଖରେ ହେବାକୁ ଥିବା ବ୍ଳକସ୍ତରୀୟ ଗଜପତି ଉତ୍ସବରେ ଏହି ଜ୍ୟୋତିକୁ ଉଦଘାଟନ କରାଯିବ । ଏହି ଦୁଇଦିନିଆ ଉତ୍ସବକୁ ସବୁ ଦିଗରୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସାମିଲି ହୋଇଥିଲେ । ଆର. ଉଦୟଗିରି ସମସ୍ତ ଶିକ୍ଷାକେନ୍ଦ୍ରର ଶିକ୍ଷକ, ଶିକ୍ଷୟତ୍ରି, ଛାତ୍ରଛାତୀ, ସରପଞ୍ଚ , ସମିତିସଭ୍ୟ/ସଭ୍ୟା ଏବଂ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version