୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :- ରାଜ୍ୟ ରେ ବଢିଚାଲିଛି ନାବାଳିକାଙ୍କ ଅପହରଣ ଓ ନିଖୋଜ ସଂଖ୍ୟା । କିଛି ଦିନ ତଳେ ପିହୁଓ ପରୀ ପରି କୋମଳ ବତୀ ଶିଶୁ ଙ୍କୁ ନିଖୋଜ ଓ ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଯାଇଥିବା ବେଳେ ଏବେ ଏହି ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଉଛି ଯାହା ପାଇଁ ଚିନ୍ତାରେ ରାଜ୍ୟ ସରକାର । ଏବେ ପୁଣି ଏକ ଘଟଣା ବୋଲଗଡ ଅଞ୍ଚଳରେ ଦେଖିବାକୁ ମିଳିଛି । ଦୁଇମାସ ଧରି ଜଣେ ନାବାଳିକା କଲେଜ ଯାଇ ଫେରିନଥିବା ବେଳେ ବାପା ମାଆ ବାରମ୍ବାର ଅଭିଯୋଗ କରି ଏବେ ଥାନା ଆଗରେ ଧାରଣା ଦେବାକୁ ବାଧ୍ଯ ହୋଇଛନ୍ତି । ଘଟଣା ଦେଖିବାକୁ ମିଳିଛି ବୋଲଗଡ ଥାନା ଅନ୍ତର୍ଗତ ବାଙ୍କେIଇ ଗ୍ରାମରେ । 
ଯୌନିକ ନାବାଳିକା ଜଣକ ଗତ ନଭେମ୍ବର ମାସ ୨ ତାରିଖ ରେ ରାଜସୁନାଖଳା ସ୍ଥିତ କଲେଜକୁ ପାଠ ପଢିବାକୁ ଆସି ଆଉ ଘରକୁ ଫେରିନଥିଲା । ଘର ଲୋକ ବିଭିନ୍ନ ସମ୍ପର୍କୀୟଙ୍କ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏ ନେଇ ବୋଲଗଡ ଥାନା ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୋଗ କୁ ଦୀର୍ଘ ଦୁଇ ମାସ ବିତି ଯାଇଛି ମାତ୍ର ପୋଲିସ ହାତ ଆଜି ବି ଖାଲି ନାବାଳିକାଙ୍କ କୌଣସି ପତ୍ତା ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିପାରିଲା ନାହିଁ । ବାପା ମାଆ ଝିଅ ର ଫେରିବା ବାଟକୁ ଚାହି ବସିଥିବା ବେଳେ ପୋଲିସ ର ନିଷ୍କ୍ରିୟତା ତାଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ବାପା ମାଆ ବାରମ୍ବାର ଏସପି ଙ୍କ ଠାରୁ ମହିଳା କମିଶନ ଙ୍କ ଶିଶୁ ସୁରକ୍ଷା ଅଧିକାର ଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି । ସେ ପଟେ ଅନ୍ୟ ଉପାୟ ନପାଇଁ ବାପା ମାଆ ଆଜି ବୋଲଗଡ ଥାନାରେ ଧାରଣା ଦେବାକୁ ବାଧ୍ଯ ହୋଇଛନ୍ତି।ନିଜ ନାବାଳିକା ଝିଅ କୁ ନ ପାଇଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଘଟଣା ତଦନ୍ତକରୁଥିବା ପୋଲିସ ଅଧିକାରୀ କିଛି ସୂଚନା କହିବାକୁ ରାଜି ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ହାଲୁକା ପରି କହିବା ପୋଲିସ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ନାବାଳିକା ଝିଅର ବାପାର ଅଭିଯୋଗ ଅନୁଯା
