୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କୃଷ୍ଣ ମାଡକାମି ବୟସ ୯ ବର୍ଷ ଗ୍ରାମ ଡଙ୍ଗୋସକାଲ ମେଲେରିଆ ରୋଗରେ ଆକ୍ରାନ୍ତ । ତେବେ ତାଙ୍କୁ ରକ୍ତର ଆବଶ୍ୟକତା ହୋଇଥିଲା । ଏହି ଖବର ପାଇ ଜୀବନ ବିନ୍ଦୁ ସଂଯୋଜକ ତଥା ପୁର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି ଜାଣିବା ପରେ ତୁରନ୍ତ ରିକ୍ଲାମେସନ ରାଇସିଙ୍ଗ କ୍ଳବର ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ତେବେ ତୁରନ୍ତ ରିକ୍ଲାମେସନ ରାଇସିଙ୍ଗ କ୍ଳବର ସଦସ୍ୟ ସନ୍ତୋଷ କୁମାର ସୁନା ରକ୍ତଦାନ କରିଥିଲେ | 
ଏହି ଅବସରରେ ଜୀବନ ବିନ୍ଦୁ ସଂଯୋଜକ ତଥା ପୁର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି,ମାଲକାନଗିରି ପୌରପରିଷଦ ଅଧ୍ୟଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ, ୱାର୍ଡ଼ ୧୨ କାଉସିଲର ତ୍ରିମାଳା ନାୟକ,ବରିଷ୍ଠ ବିଜେଡି କର୍ମୀ ମୁନିସିପାଲିଟି ତଥା ରିକ୍ଲାମେସନ ରାଇସିଙ୍ଗ କ୍ଳବ ସମ୍ପାଦକ କେ.ରାହୁଲ,ରିକ୍ଲାମେସନ ରାଇସିଙ୍ଗ କ୍ଳବର କାର୍ଯ୍ୟକାରୀ ସଦସ୍ଯ ସତ୍ୟଜିତ ଗୌଡ଼,ବି.ବିଭୁତି ଭୂଷଣ, କିରନ ଦୁର୍ଗା ପ୍ରମୁଖ ଉପସ୍ତିତ ରହି ସନ୍ତୋଷଙ୍କ ମନବଳ ବଢ଼ାଇଥିଲେ |
