ଯାଜପୁର ଜିଲ୍ଲା ବଡଚଣା : ଛତିଆ ପ୍ରେସ କ୍ଲବର ବନ୍ଧୁ ମିଳନ

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ପ୍ରେସ କ୍ଲବର ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ନବ ବର୍ଷ ଅବସରରେ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇଥିଲେ। ବିଶେଷକରି ଖବର ପ୍ରସାରଣ କ୍ଷେତ୍ରରେ କିପରି ଏକଜୁଟ ହୋଇ କାର୍ଯ୍ୟ କରାଯିବ ଓ ଅଞ୍ଚଳର ସମସ୍ୟାକୁ ସ୍ଥାନିତ କରାଯିବ ସେନେଇ ଆଲୋଚନା ହୋଇଥିଲା । ସେହିପରି କ୍ଲୂବ କୁ କିପରି ପଞ୍ଜୀକରଣ କରାଯିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।ଏଠାରେ ବରିଷ୍ଠ ସମ୍ବାଦିକ ଦିଗାମ୍ବର ମହାପାତ୍ର, ମୋହନ ଖିଲାର, ଜୟ କୁମାର ରାଉତ, ହୃଷିିକେଷ ପୃଷ୍ଟି, ଶରତ ନାୟକ, କାର୍ତ୍ତିକ ରାଉତ, କମଳା କାନ୍ତ ପାଲ୍, ଚନ୍ଦ୍ରଶେଖର ପୃଷ୍ଟି, ସୌମ୍ୟରଞ୍ଜନ ସାହୁ, ଭଜନ ହରି ପୃଷ୍ଟି, ବେଦ ପ୍ରକାଶ ନାୟକ, ଦିଲ୍ଲୀପ ବରାଳ, ବ୍ରଜ ଗୋପାଳ ଦାସ, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି କୌଣସି ତତକ୍ଷଣାତ୍ ଖବର ଏପରିକି ଦୁର୍ଘଟଣା ଆଦି ଖବରରେ ସହ ଭାଗିତା ରହିବା ଆବଶ୍ୟକ ବୋଲି ଏଠାରେ ମତ ପ୍ରକାଶ ପାଇଥିଲା ।

Exit mobile version