ନୂତନ ମଧୁବାବୁ,ବିଧବା, କଳାକାର ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର  :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଠାରେ ନୂତନ ମଧୁବାବୁ, ବିଧବା, କଳାକାର ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ ସରକାର ଭତ୍ତା କୁ ଅତି ଗୁରୁତ୍ୱର ସହିତ ଅତି ସହଜରେ ହିତାଧିକାରୀଙ୍କ ନିକଟରେ ସଠିକ ସମୟରେ ପହଞ୍ଚିବ ତାହା ଉପରେ ଏକ ବୈଠକ ହୋଇ ବାଣପୁର ବ୍ଲକ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା, ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ଆଜି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ୧୧୬ ଟି ମଧୁବାବୁ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ବଣ୍ଟନ କରାଯାଇଛି,ଗତ ତା ୧୯/ ୧୧/୨୦୨୨ ରିଖ ବାଣପୁର ବ୍ଲକ ଠାରେ କଳାକାର ଚୟନ କାର୍ଯ୍ୟକ୍ରମ ହୋଇଥିଲା ଏବଂ ବାଣପୁର ବ୍ଲକ ର ସମସ୍ତ ପଞ୍ଚାୟତ ଓ ଏ ନେ ସି ର କଳାକାର ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ, ବାଣପୁର ବ୍ଲକ ଠାରେ ୩୩୭ ଜଣ କଳାକାର ଉର୍ଣ୍ଣତମାନର କଳା ପ୍ରଦର୍ଶନ କରି ବିଚାରପତିଙ୍କ ସମ୍ମୁଖରେ ନିଜ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ.କିନ୍ତୁ ଆଜି ସେଥିରୁ ବାଣପୁର ବ୍ଲକ ରେ ୫୭ ଜଣ କଳାକାର ଭତ୍ତା ପାଇଛନ୍ତି,ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ସେମାନଙ୍କ ସହାୟତା ପାଇଁ କଳାକାର ଭତ୍ତା ର ବ୍ୟବସ୍ଥା କରିଛନ୍ତି, ଅବଶିଷ୍ଟ କଳାକାର ମାନେ କିପରି ସେମାନଙ୍କ ଭତ୍ତା ପାଇବେ ବାଣପୁର ବ୍ଲକ ବି ଏସ ଏସ ଓ ଗିରିବାଳା ନାୟକ ଙ୍କ ନିକଟରେ ଉପସ୍ଥାପନ ରଖିଛନ୍ତି, ଏଥିସହ ଭତ୍ତା ବଣ୍ଟନ ରେ ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ସମିତି ସଭ୍ୟ ଶ୍ରୀଯୁକ୍ତ କର୍ଦପ ଜେନା, ବାଣପୁର ବ୍ଲକ ଏ ଵି ଡି ଓ ଶ୍ରୀଯୁକ୍ତ ସିମାଦ୍ରୀ ପାତ୍ର, ବି ଏସ ଏସ ଓ ଗିରିବାଳା ନାୟକ, ବ୍ଲକ ର କାର୍ଯ୍ୟରତ କର୍ମଚାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସୁବୁଦ୍ଧି ଆଦି ଯୋଗଦେଇ ଭତ୍ତା ବଣ୍ଟନ କୁ ସାଫଲ୍ୟ ମଣ୍ଡିତ କରିଥିଲେ,

Exit mobile version