୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- କେସିଙ୍ଗା ବ୍ଳକ ଅନ୍ତର୍ଗତ ନିମଗାଁ ଠାରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ସ୍ଵର୍ଗତ ରାଷ୍ଟ୍ରମାତା ସାବିତ୍ରୀବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ମହିଳା ମାନେ କିପରି ସମାଜର ବହୁବିଧ ଉନ୍ନତିରେ ନିଜକୁ ସାମିଲ କରି ପାରିବେ ଏବଂ ସମଗ୍ର ଭାରତ ବର୍ଷରେ ସର୍ବାଙ୍ଗୀନ ଉନ୍ନତି ପଥେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ପାରିବେ ତାହା ଥିଲା ମୁଖ୍ୟ ଆଲୋଚନା ପ୍ରସଙ୍ଗ ।
ଏହି ଅବସରରେ ସାବିତ୍ରୀ ବାଈ ଫୁଲେଙ୍କ ଜୀବନକୁ ଆଧାର କରି ତାଙ୍କର କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା । ଏଥିରେ ଉର୍ମୀ ସଭ୍ୟା ଅହଲ୍ୟା ସାହୁ, ତରୁଲତା ନାଗ, ଦୀପାରାଣୀ ଗଡତିଆ ସର୍ବୋପରି ଗ୍ରାମର ଭଦ୍ର ଲୋକ ଓ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ରହି ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସଟିକୁ ପାଳନ କରିଥିଲେ ।

