Home ଓଡ଼ିଶା ଶତାୟୁ ସ୍ଵାଧୀନତା ସଂଗ୍ରାମୀ ଗୋପୀନାଥ ପରିଜାଙ୍କ ପରଲୋକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଶୋକର ଛାୟା ୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମର ଶତାୟୁ ସ୍ଵାଧୀନତା ସଂଗ୍ରାମୀ ଗୋପୀନାଥ ପରିଜାଙ୍କ ମହାପ୍ରୟାଣ ଆଜି ବୁଧବାର ଦିନ ତାଙ୍କ ବାସ ଭବନରେ ଘଟିଯାଇଛି ।ସ୍ବର୍ଗତ ପରିଜା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ଦେଶର ସ୍ଵାଧୀନତା ପାଇଁ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ଫଳରେ ସ୍ବର୍ଗତ ଶ୍ରୀ ପରିଜା ନିଜର ଶ୍ରବଣ ଶକ୍ତି ହରାଇବା ସଙ୍ଗେ ଇଂରେଜ ସୈନ୍ୟମାନଙ୍କ ଦ୍ବାରା ବନ୍ଦୀ ହୋଇ କାରାବରଣ କରିଥିଲେ ।ସେ ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ନିଜ ଗ୍ରାମ ସଂପୁରରେ ପିତାଙ୍କ ନାମରେ ଚତୁର୍ଭୁଜ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ ।ଆଜି ସେହି ଶିକ୍ଷାନଷ୍ଠାନଗୁଡ଼ିକ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ହୋଇ ଅସୁମାରି ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସ୍ବର୍ଗତ ଶ୍ରୀ ପରିଜା ଜନମଙ୍ଗଳ,ପ୍ରକୃତି ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ନିଜ ଗ୍ରାମରେ ଗୋପବନ୍ଧୁ କ୍ଳବ୍ ସ୍ଥାପନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା ।ତାଙ୍କ ମର ଶରୀରକୁ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମର ପ୍ରତି ସାହି ଓ ନିଜ ହାତ ତିଆରି ଶିକ୍ଷାନୁଷ୍ଠାନ ମଧ୍ୟରେ ଶୋଭାଯାତ୍ରାରେ ପରିକ୍ରମା କରି ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ମର ଶରୀରର ଅନ୍ତିମ ଦର୍ଶନ ପାଇଁ ଐତିହାସିକ ରବୀନ୍ଦ୍ର ପରିଡ଼ା,ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ସରପଞ୍ଚ ଜଳଧର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର କୁମାର ନାୟକ , ଶିକ୍ଷକ ନେତା ସୁମନ୍ତ ଛୋଟରାୟ, ସାମ୍ବାଦିକ ନିରଞ୍ଜନ ନାୟକ, ଶିକ୍ଷକ ଶିକ୍ଷୟିତ୍ରୀ , ପୋଲିସ୍ ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ,ହରପ୍ରସାଦ ମହାନ୍ତି, ସମେତ ଗ୍ରାମବାସୀ,ଶିକ୍ଷାବିତ୍,ବୁଦ୍ଧିଜୀବୀ ଆସିଥିଲେ ।ସ୍ବର୍ଗତ ଶ୍ରୀ ପରିଜାଙ୍କ କନିଷ୍ଠ ପୁତ୍ର ସତ୍ୟ ନାରାୟଣ ପରିଜା ମୁଖାଗ୍ନି ଦେଇଥଲେ ।ମୃତ୍ୟୁବେଳକୁ ଗ୍ରାମବାସୀ, ପରିବାର ବର୍ଗ ,ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026