Home ଓଡ଼ିଶା ବରିଷ୍ଠ ସାମ୍ବାଦିକ ଶ୍ରୀ ଆଳୟ କୁମାର ମହାନ୍ତିଙ୍କ ପରଲୋକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଚଳଚିତ୍ର, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଆଳୟ ୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱରର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଆଳୟ କୁମାର ମହାନ୍ତିଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ସକାଳ ୯ଟା ସମୟରେ ୬୫ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥତା ହେତୁ ଶ୍ରୀ ମହାନ୍ତି ଆଇ.ସି.ୟୁ.ରେ ଚିକିତ୍ସିତ ଥିଲେ । ସେ ଜଣେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ । ଦେହାନ୍ତ ପରେ ତାଙ୍କର ପାର୍ଥିବ ଶରୀରକୁ ସେ ରହୁଥିବା ୟୁନିଟ-୬ ସ୍ଥିତ ସରକାରୀ ବାସ ଭବନକୁ ଅଣାଯାଇଥିଲା । ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ଖବର ପାଇ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧି ଓ ଶୁଭେଚ୍ଛୁମାନେ ବହୁସଂଖ୍ୟାରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର,ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଭୁବନେଶ୍ଵର ଶ୍ରୀ ପଠାଣି ରାଉତ ପ୍ରମୁଖ ସ୍ଵର୍ଗତ ମହାନ୍ତିଙ୍କ ସରକାରୀ ବାସ ଭବନକୁ ଯାଇ ସ୍ୱର୍ଗତ ମହାନ୍ତିଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରକାଶ ଥାଉକି, ସ୍ୱର୍ଗତ ମହାନ୍ତି ଜଣେ ଆଗଧାଡିର ସାମ୍ବାଦିକ ଓ ସୃଜନଶୀଳ ବ୍ୟକ୍ତି ଥିଲେ । ଚଳଚିତ୍ର, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ‘ଶୂନ୍ୟ ସ୍ୱରୂପ’, ‘ଆଶା’,’ଭୁଲ ବୁଝିବନି ମୋତେ’ ଭଳି ୩ଟି ଓଡିଆ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ତନ୍ମଧ୍ୟରୁ ପ୍ରଥମ ଦୁଇଟି ଚଳଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ସେହିଭଳି ‘ମରିଚିକା’, ‘ବାଲିଘର’ ଭଳି ଟିଭି ଓଡିଆ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ । ପ୍ରଥମେ ‘ହିରାଖଣ୍ଡ’ ସମ୍ବାଦ ପତ୍ରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ସ୍ୱର୍ଗତ ମହାନ୍ତି ଶେଷ ସମୟ ବେଳକୁ ‘ଅମୃତ ସନ୍ଦେଶ’ ହିନ୍ଦୀ ପତ୍ରିକାର ରାଜ୍ୟ ପ୍ରତିନିଧି ଥିଲେ ଏବଂ ‘ସତ୍ୟଧାରା’ ଓଡିଆ ସାପ୍ତାହିକ ଖବରକାଗଜର ସଂପାଦନା କରୁଥିଲେ । ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ସାମ୍ବାଦିକ ସଂଘର ସଭ୍ୟ ତଥା କର୍ମକର୍ତ୍ତା ରହିଥିଲେ । ୧୯୯୧ ରୁ ସେ ରାଜ୍ୟ ରେଡକ୍ରସର ସଂଯୋଜକ ଥିଲେ । କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ନିଜର ସଂପର୍କୀୟ ତଥା ଜଣାଶୁଣା ରୋଗୀମାନଙ୍କୁ ଚିକିତ୍ସା ସହାୟତାରେ ସାହାଯ୍ୟ କରୁଥିଲେ । ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ(ବିବାହିତା) ଅଛନ୍ତି । ପୁଅ ଦୀପକ କୁମାର ମହାନ୍ତି କଳିଙ୍ଗ ଟିଭିରେ କାର୍ଯ୍ୟରତ । ଆଜି ସ୍ୱର୍ଗତ ମହାନ୍ତିଙ୍କର ମର ଶରୀରକୁ ତାଙ୍କ ନିଜ ଗ୍ରାମ ଜଟଣୀ ସ୍ଥିତ ପଦନପୁରକୁ ନିଆଯିବା ସହ ପରେ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ by Proprietor Abhimanyu Maharana September 25, 2026 ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ by Proprietor Abhimanyu Maharana September 25, 2026 ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026