Home ଓଡ଼ିଶା ନରେନ୍ଦ୍ର କୁମାର ସାହୁ ଭୁବନ ଏନଏସି ବିଜେଡି ସଭାପତି ମନୋନୀତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ୧.୧- ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ଙ୍କୁ ବିଭିନ୍ନ ପଦ ପଦବୀ ରେ ଥଇଥାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସୁପାରିଶ କ୍ରମେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ନରେନ୍ଦ୍ର କୁମାର ସାହୁ ଙ୍କୁ ଭୁବନ ଏନଏସି ବିଜେଡି ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀଯୁକ୍ତ ସାହୁ ଙ୍କ ଗୋଟିଚାଳନାରେ ଚଳିତଥର ପୌର ନିର୍ବାଚନରେ ବିଜେଡି ବାଜିମାତ କରିବା ସହିତ ଶ୍ରୀ ସାହୁ ଙ୍କ ନିଜ (୩ ନମ୍ବର) ୱାର୍ଡ ରେ ବିଜେଡି ସର୍ବାଧିକ ଭୋଟ ପାଇଥିଲା । ଶ୍ରୀ ସାହୁ ଙ୍କ ଏକାନ୍ତ ଅନୁଗତ ଓ ବିଶ୍ୱସ୍ତ ଶ୍ରୀମତୀ ମାନିନୀ ସାହୁ ଙ୍କୁ ଉପନଗରପାଳ କରାଯାଇଥିଲା । ପୂର୍ବରୁ ଶ୍ରୀ ସାହୁ ଙ୍କ ପତ୍ନୀ ସରୋଜ ନଳିନୀ ସାହୁ ମଧ୍ୟ ଭୁବନ ଏନଏସି ର ନଗରପାଳ ହୋଇଥିଲେ । ସବୁ ଦୃଷ୍ଟିରୁ ବିଚାର କରି ନରେନ୍ଦ୍ର ସାହୁ ଙ୍କୁ ଭୁବନ ଏନଏସି ବିଜେଡି ସଭାପତି ଭାବେ ମନୋନୀତ କରାଯାଇଥିବାରୁ ଦଳୀୟ କର୍ମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀ ସାହୁ ଙ୍କ ବଳିଷ୍ଟ ନେତୃତ୍ୱରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ ବୋଲି ସାଂସଦ ମହେଶ ସାହୁ ଗତକାଲି ନୂତନ ସଭାପତି ନରେନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧିତ କରି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ , ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାୟାଧର ପଣ୍ଡା ଏବଂ ଭୁବନ ବ୍ଲକ କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁଧାକର ସାହୁ ଙ୍କୁ ଜିଲ୍ଲା ବିଜେଡି ଉପସଭାପତି ଭାବେ ମନୋନୀତ କରାଯାଇଛି । ଉପରୋକ୍ତ ସମସ୍ତ ନେତା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ସାଂସଦ ମହେଶ ସାହୁ , ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗଭୀର କୃଜ୍ଞତା ଜ୍ଞାପନ କରିଛନ୍ତି । ଗତ ଡିସେମ୍ବର ୨୬ ତାରିଖରେ ପୁରୀରେ ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରି ଶଙ୍ଖକ୍ଷେତ୍ରରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି । ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ନେତାଙ୍କୁ ଥଇଥାନ ନିଶ୍ଚିତ ଭାବେ ଗୋଷ୍ଠୀ କନ୍ଦଳ କୁ ପ୍ରତିହତ କରିବା ସହ ଦଳକୁ ମଜବୁତ କରିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଆଲୋଚନା ହେଉଛି । Categories: ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026