ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ନେତା ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ୧୦୪ ତମ ଜୟନ୍ତୀ

ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଇକମାଲ :- ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ତଥା ଓଡିଶାର ଜଣେ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ୧୦୪ ତମ ଜୟନ୍ତୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ,ପଦ୍ମପୁର ଡିଭିଜନ ଦ୍ବାରା ନୃସିଂହନାଥ ସ୍ଥିତ କେନ୍ଦୁପତ୍ର ଗୋଦାମ ଠାରେ ପାଳିତ ହୋଇ ଯାଇଛି । ଶ୍ରମିକ ନେତା ତଥା ପାଇକମାଲ ହେଡଚେକର ଶ୍ରୀ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାବେଶ ରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଣ୍ଡିତଙ୍କ ଜୀବନ ଓ ତାଙ୍କ ଦ୍ବାରା କେନ୍ଦୁପତ୍ର ସଂଘ କି ଭଲି ଗଠିତ ହୋଇଥିଲା ତାର ବିବରଣୀ ପ୍ରଧାନ କରିଥିଲେ । ସୋହେଲା, ମେଲଛାମୁଣ୍ତା, ଗାଇସିଲେଟ, ଜଗଦଲପୁର, ପାଇକମାଲ, ପଦ୍ମପୁର, ମିଠାପାଲି, ଚୁହାପାଲି, ଝାରବନ୍ଧ ରେଞ୍ଜରୁ କେନ୍ଦୁପତ୍ର କର୍ମଚାରୀ ସଂଘର ଶତାଧିକ ସଦସ୍ଯ ଏଥିରେ ସାମିଲ  ହୋଇଥିଲେ । ବିଶ୍ବନାଥ ପଣ୍ଡିତଙ୍କ ଜୟନ୍ତୀ ପାଳନ ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଯଥା ସିଜିନାଲ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ଚପରାସୀ ରୁ ହେଡଚେକର ପର୍ଯ୍ୟନ୍ତ ସମସ୍ତ ସିଜିନାଲ କର୍ମଚାରୀଙ୍କ ଅବସର ବୟସ ସୀମା ୬୫ ବର୍ଷ କରିବା,କେନ୍ଦୁପତ୍ର ତୋଲାଳୀ ମାନଙ୍କୁ ୧୦୦ ଭାଗ ବୋନସ ଦେବା, ସିଜି ୱାଚର ମାନଙ୍କ ୧୬ ମାସର ବକେୟା ବର୍ଦ୍ଧିତ ଦରମା ପ୍ରଦାନ କରିବା,ରେଞ୍ଜ ମାନଙ୍କରେ ଖାଳିଥିବା ସମସ୍ତ ପଦବୀ ପୁରଣ କରିବା,ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା କାରଣରୁ ସିଜିନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ଆଦି ପ୍ରସ୍ତାବ ପାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ନେତା ଶ୍ରୀ ୠଷବ ପ୍ରଧାନ,ସୁରେଶ ପଣ୍ତା,ବସନ୍ତ ସାହୁ,ଅରମାନ ଖାଁ,ଭାର୍ତ୍ତିକ ନାଗ,ମଧୁ ବେହେରା,ପ୍ରଫୁଲ୍ଲ କୁମ୍ଭାର, ଚୁଡାମଣି ପାଣୀଗ୍ରାହୀ, ବିଜୟ କୁମାର ମହାନ୍ତି, ଶ୍ଯାମ ଚନ୍ଦ, ଜୟରାମ ନାୟକ, ରଙ୍କମଣି ହୋତା, ମହେଶ୍ବର ବରିହା, ଚକାମନ ପ୍ରଧାନ,ଘନଶ୍ୟାମ ଭୋଇ ପ୍ରମୁଖ ମତାମତ ରଖିଥିଲେ ।

Exit mobile version