୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଟକ :- ଆମ ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ :- ପ୍ରତ୍ୟେକ କର୍ମରେ ଜଗନ୍ନାଥଙ୍କୁ ଯୋଡ଼ିଲେ ମଣିଷ ଶୃଙ୍ଖଳିତ ହୋଇଥାଏ ବୋଲି, ମହାମହୀମ ରାଜ୍ୟପାଳ ଡ଼କ୍ଟର ଗଣେଷି ଲାଲ ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ଦିନ କଟକ ସଦର ଥାନା ଅନ୍ତର୍ଗତ, ଗବବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ଅବସରରେ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାମନ୍ତରାୟ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଡଃ ଗଣେଶୀ ଲାଲ ଜୀ ଯୋଗ ଦେଇଥିଲେ । 
ମୁଖ୍ୟ ବକ୍ତା ଭାବେ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା, ଶ୍ରୀମତୀ ସୁସ୍ମିତା ବାଗଚି ସମ୍ମାନିତ ଅତିଥି , କଟକ ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ପ୍ରମୂଖ ଯୋଗଦେଇ ଥିଲେ । ରାଜ୍ୟପାଳ ମୋ ସ୍କୁଲ ଅଭିଯାନ ଜରିଆରେ ନିର୍ମିତ ହୋଇଥିବା ନୂତନ ପାଠାଗାରକୁ ଉନ୍ମୋଚିତ କରିବା ସହ, ପୁସ୍ତକ ‘ହୀରକ ସୃଜନ ସୁଧା’ କୁ ଉନ୍ମୋଚନ କରିଥିଲେ । 1962 ମସିହାରୁ ଖୋଲା ଯାଇଥିବା ବିଦ୍ୟାଳୟର 60 ବର୍ଷର ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ହୋଇଥିଲା । ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ, ପାଠ ପଢା ଶେଷ କରି ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ସୁଖ୍ୟାତି ଅର୍ଜନ କରିଛନ୍ତି ବୋଲ, ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

