୨୦୨୩ ମସିହା କୁ ସ୍ବାଗତ କଲେ ଏନଏସି କର୍ମକର୍ତ୍ତା

୨୦୨୨ ରେ ଦେଖିଥିବା ସ୍ବପ୍ନ ସାକାର ହେବ ୨୦୨୩ ରେ …ରଙ୍ଗୀନ ମହାନ୍ତି

୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର ଏନ୍ଏସି :- ରଣପୁର ଏନ୍ଏସି ପକ୍ଷରୁ ଇଂରାଜୀ ନବ ବର୍ଷର ପ୍ରଥମ ଦିନକୁ ରଣପୁର ର ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଣି ଙ୍କ ସହ ସଫେଇ କର୍ମଚାରୀ , କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା ବୟୋଜ୍ୟେଷ୍ଠ କର୍ମଚାରୀ ଏବଂ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ନବ ବର୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।ତେବେ ଆମେ ଜାଣିବା ଅନୁସାରେ ଆଗକୁ ରଣପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାର ଏକ ତାଲିକା ନିର୍ଦ୍ଧାରଣ ହୋଇଛି ଯାହାର ଶୁଭାରମ୍ଭ ଦିଗରେ ଏହି ନୂଆ ବର୍ଷ ଟି ବେଶ୍ ସହାୟକ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି । ରଣପୁରର ପ୍ରଗତି ଦିଗରେ ଏନଏସି ର ସମସ୍ତ ଲୋକ ପ୍ରତିନିଧି ଙ୍କୁ ଏକମୁଖ କରାଇ ୨୦୨୩ ମସିହାଟି ଜନ ହିତକର ସାବ୍ୟସ୍ତ ହେଉ ବୋଲି ରଣପୁରବାସୀ ଙ୍କୁ ନବବର୍ଷ ର ଶୁଭେଚ୍ଛା ସହିତ ପ୍ରସାଶନିକ ଅଧିକାରୀ ମାନଙ୍କୁ ମିଠା ପ୍ରଦାନ କରିଥିଲେ ଏନଏସି ଅଧ୍ୟକ୍ଷା ଓ କର୍ମକର୍ତ୍ତା ମାନେ । ରଣପୁର ଏନଏସି ରେ ନବବର୍ଷ ଟିକୁ ସ୍ବାଗତ ଜଣାଇ ନିଜ ନିଜ ର କର୍ତ୍ତବ୍ୟ କୁ ପାଳନ କରିବା ପାଇଁ ଏକାଠି ଏକ ମତ ଦେଇଥିଲେ ।ରଣପୁର ଏନ୍ଏସି ପକ୍ଷରୁ ଇଂରାଜୀ ନବ ବର୍ଷର ପ୍ରଥମ ଦିନକୁ ରଣପୁର ର ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଣି ଙ୍କ ସହ ସଫେଇ କର୍ମଚାରୀ , କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା ବୟୋଜ୍ୟେଷ୍ଠ କର୍ମଚାରୀ ଏବଂ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ନବ ବର୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଆମେ ଜାଣିବା ଅନୁସାରେ ଆଗକୁ ରଣପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାର ଏକ ତାଲିକା ନିର୍ଦ୍ଧାରଣ ହୋଇଛି ଯାହାର ଶୁଭାରମ୍ଭ ଦିଗରେ ଏହି ନୂଆ ବର୍ଷ ଟି ବେଶ୍ ସହାୟକ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି । ରଣପୁରର ପ୍ରଗତି ଦିଗରେ ଏନଏସି ର ସମସ୍ତ ଲୋକ ପ୍ରତିନିଧି ଙ୍କୁ ଏକମୁଖ କରାଇ ୨୦୨୩ ମସିହାଟି ଜନ ହିତକର ସାବ୍ୟସ୍ତ ହେଉ ବୋଲି ରଣପୁରବାସୀ ଙ୍କୁ ନବବର୍ଷ ର ଶୁଭେଚ୍ଛା ସହିତ ପ୍ରସାଶନିକ ଅଧିକାରୀ ମାନଙ୍କୁ ମିଠା ପ୍ରଦାନ କରିଥିଲେ ଏନଏସି ଅଧ୍ୟକ୍ଷା ଓ କର୍ମକର୍ତ୍ତା ମାନେ । ରଣପୁର ଏନଏସି ରେ ନବବର୍ଷ ଟିକୁ ସ୍ବାଗତ ଜଣାଇ ନିଜ ନିଜ ର କର୍ତ୍ତବ୍ୟ କୁ ପାଳନ କରିବା ପାଇଁ ଏକାଠି ଏକ ମତ ଦେଇଥିଲେ ।

Exit mobile version