୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଶିମିଳି ସାହି ଗ୍ରାମ ପି ଡ଼ବ୍ଲୁ ଡି ରାସ୍ତା ଉପରେ ଘଟିଛି ଏକ ଦୁଃଖଦ ଘଟଣା । ଜାକେଡା ଗ୍ରାମ ର ତପନ କୁମାର ଜାନୀ ଙ୍କ ୨୦ ବର୍ଷ ର ପୁତ୍ର ବାଦଲ କୁମାର ଜାନୀ ଟ୍ରାକ୍ଟର ରେ ଚାପିହୋଇ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ସିଙ୍ଗାର ପଲ୍ଲୀ ଅଞ୍ଚଳର ଏକ ଟ୍ରାକ୍ଟର ଡ଼୍ରାଇଭର ଟ୍ରାକ୍ଟର ଗାଡ଼ି ନଂ( ଓଡ଼ି ୨୫ ଏମ ୯୧୬୧ ) ରେ ବେଙ୍ଗେଳା ମେସିନ ଲଗାଇ ପି ଡ଼ବ୍ଲୁ ଡି ରାସ୍ତାରେ ସିଙ୍ଗାର ପଲ୍ଲୀ ରୁ ଶିମିଳି ସାହି ଆସୁଥିବା ବେଳେ ସେହି ଟ୍ରାକ୍ଟର ରେ ବାଦଲ ବସିଥିଲେ । 
ଡ଼୍ରାଇଭର ଗାଡ଼ି ଭାରସାମ୍ୟ ହରାଇବା ଦ୍ଵାରା ଶିମିଳି ସାହି ପି ଡ଼ବ୍ଲୁ ଡି ରାସ୍ତା ଉପରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ବାଦଲ ଟ୍ରାକ୍ଟର ତଳେ ଚାପିହୋଇ ରହିଥିଲେ । ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାଦଲ କୁ ମହିପୁର ସି ଏଚ ସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ସେଠାରେ ଡାକ୍ତର ବାଦଲ କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଟ୍ରାକ୍ଟର ଟିକୁ ଜବତ କରିବା ସହ ୧/୨୩ ରେ ମାମଲା ରୁଜୁ କରି ବାଦଲ ର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ନୂଆଗାଁ ଥାନା ଅଧିକାରୀଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି । ଦୁର୍ଘଟଣା ସମୟରେ ଘଟଣା ସ୍ଥଳରୁ ଡ଼୍ରାଇଭର ଫେରାର ଥିବା ଜଣା ପଡ଼ିଛି ।
