୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଖଣ୍ଟୁଣାପାଣି ଗ୍ରାମ ର ଖେଳ ପଡିଆ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡ ଓ ରାଧାମାଧବ ସଂକିତ୍ତନ ମଣ୍ଡଳୀ ଖୁଣ୍ଟଣାପାଣି ଙ୍କ ମିଳିତ ଆନ୍ୟୁକୂଲ୍ୟ ରେ ନବବର୍ଷ ଉପଲକ୍ଷେ କଳାକାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କଳାକାର ସମାରୋହ ରେ ସୂଜିତ ବହିଦାର ମୂଖ୍ୟ ଅତିଥି , ସମିତି ସଭ୍ୟ ରାମଚନ୍ଦ୍ର ମେହେର , ପଶ୍ଚିମ ଓଡ଼ିଶାକଲାକାର ସଂଘ ସଭାପତି ଅମିଲ ପୁଟେଲ , ବିଡ଼ିଓ ସୁମନ୍ତ କୁମ୍ଭାର , ରତ୍ନାକର ସାହୁ,
ଛବିର ସାହୁ ,ସୁନାରାମ ପୁଟେଲ ,ରସରରାଜ ବୁଡେକ , ବିଶ୍ଵନାଥ ଦଳପତି , ଜୀବନ୍ୟାସ ସଂଗଠକ ସଂପାଦକ ମିନକେତନ ପ୍ରଧାନ, ଦୀନବନ୍ଧୁ ବର୍ଗତ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବିଚାରକ ଭାବେ ସାମ୍ବାଦିକ, ଦିଲ୍ଲିପ କୁମାର ଭୋଇ, ଗୋରେଖନାଥ ବରିହା, ଯୋଗଦେଇ କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ । ପାଟଣାଗଡ଼ ଉପଖଣ୍ଡର ୧୨୫ ଜଣ ବିଭିନ୍ନ ଲୋକ କଳାକାର ଯୋଗଦେଇଥିଲେ । ଏଥିରେ ଲୋକ ବାଦ୍ୟ, ଲୋକନୃତ୍ୟ, ତଥା ଡାଳଖାଇ, ରସରକେଲି ମାଇଲାଜଡ,ଚୁଟୁକୁଟୁକା, ହୋମବଉଲ, ସଂଚାର, ଦାସକାଠିଆ ପାଳା ଆଦି କଳାକାର ଯୋଗଦେଇ କଳା ପରିବେଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ରଙ୍ଗିନ ସଂକିତ୍ତନ ମୃଦଙ୍ଗ ବାଦକ ଜଗନ୍ନାଥ ଦାସ ଙ୍କ ବାଦ୍ୟ ଉଚ୍ଚ କୁଟିର ହୋଇଥିଲା । ସମାଜ କଲ୍ୟାଣ ସଂଘ ର ଯୁବକ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ହାସ୍ୟକଳାକାର ଦୀନବନ୍ଧୁ ବର୍ଗତ୍ତି ପରିଚାଳନା କରିଥିବା ବେଳେ ଜୀବନ୍ୟାସ ସଂପାଦକ ମିନକେତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

