
୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆର. ଉଦୟଗିରି ଥାନାର ରଣ୍ଡିବା ଗ୍ରାମପଞ୍ଚାୟତ ସ୍ଥିତ ଟାଙ୍ଗିଆସାହି ଗ୍ରାମରେ ୧୨ ବର୍ଷୀୟା ନାବାଳିକା ର ସନ୍ଦେହଜଣକ ମୃତ୍ୟୁକୁ ନେଇ ଉତ୍ତେଜନାରେ ଗ୍ରାମବାସୀ ଶବ ରଖି ରାଜ ରାସ୍ତାକୁ ଓଲ୍ହେଇଛନ୍ତି l କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ l ଘଟଣା ମୁତାବକ ରା ଉଦୟଗିରି ବ୍ଲକ ରଣ୍ଡିବା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆସାହି ଗ୍ରାମର ଲକ୍ଷ୍ମୀ ଦଳେଇଙ୍କ ସାନ ଝିଅ ରୁପାଲୀ ଦଳେଇ ନିଜ ଭଉଣୀ ଜୋଇଁ ଘରକୁ ଲୁବୁରୁସିଂ ଗ୍ରାମକୁ ଯାଇଥିଲା l ତେବେ ସେଠାରେ ଭଉଣୀର ଦେଢଶୁର ଟୁକୁନା ଦଳେଇ ଦ୍ୱାରା ଦୁଷ୍କର୍ମ ର ଶିକାର ହୋଇଥିଲା ଯଦି ଏହି ଘଟଣା ବିଷୟରେ କାହା ଆଗରେ ପ୍ରକାଶ କଲେ ତୋ ଭଉଣୀର ଘର ଭାଙ୍ଗିଦେବୀ ବୋଲି ଧମକ ପାଇଥିଲା l ଭୟରେ ପୀଡିତା କାହାକୁ କିଛି ନକହି ଚୁପ ରହିଥିଲା l ତେବେ ରକ୍ତ ସ୍ରାବ ଅଧିକ ହେବାରୁ ମା ଲକ୍ଷ୍ମୀ ଦଳାଇ ଝିଅକୁ ବ୍ରହ୍ମପୁର ମେଡିକାଲ ନେଇଥିଲେ l ସେଠାରେ ସବୁକିଛି ସତକଥା କହି ମୃତ୍ୟୁବରଣ କରିଥିଲା l ଆଜି ଝିଅର ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ l ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ରା ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଏ ନେଇ ଆର. ଉଦୟଗିରି ଥାନା ରେ କେସ ନଂ ୧/୨୩ ମାମଲା ରୁଜୁ କରାଯାଇଛି । ଶବକୁ ବ୍ୟଵଛଦ ପାଇଁ ବ୍ରହପୁର ପଠଯିବ ପୁଲିସ ସୁତ୍ରରୁ ପ୍ରକାଶ କରିଥିଲେ ।

