ବିଏଚ୍ପି ପକ୍ଷରୁ ପ୍ରତ୍ୟାବର୍ତନ ଉତ୍ସବ

୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଶାମ୍ବ ଦଶମୀ ଅବସରରେ ନୁଆଗଡ ବ୍ଲକର ତବାରସିଂ ହରିଜନ ସାହିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପ୍ରତ୍ୟାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆର,ଉଦୟଗିରି ବ୍ଲକର ରଣ୍ଡିବା ପଞ୍ଚାୟତ ଟାଙ୍ଗିଆସାହି ଗ୍ରାମର ଗୋଟିଏ ପରିବାରର ୬ ଜଣ ଏବଂ ନୁଆଗଡ ବ୍ଲକ ପୁଟୁପଡା ପଞ୍ଚାୟତ ଲୁଆବା ଗ୍ରାମର ଗୋଟିଏ ପରିବାରର ୬ଜଣଙ୍କୁ ମିଶାଇ ସମୁଦାୟ ୧୨ଜଣ ମୂଳଧର୍ମକୁ ଫେରିଛନ୍ତି । ଚିନ୍ମୟା ମିସନର ପୂଜ୍ୟ ନିଗମାନନ୍ଦନୀ ମହାରାଜ ଓ ବୃନ୍ଦାବନପୀଠରୁ ସାଧ୍ବୀ ଗୀତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ନୀତି ସଂପନ୍ନ ହୋଇଥିଲା । ବିଶ୍ବହିନ୍ଦୁ ପରିଷଦର କୈଳାସ ଗୌଡ, ବିଏଚ୍ପି ଜିଲ୍ଲା ସଭାପତି ନରେନ୍ଦ୍ର ଜାନି ଓ ନରସିଂହ ଗୌଡଙ୍କ ସମେତ ଅଞ୍ଚଳର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସହସମ୍ପାଦକ ନାରାୟଣ ରଇତ ସଂଚାଳନ କରିଥିଲେ ।

Exit mobile version