ହକିବିଶ୍ଵକପ ପାଈ ମିନିମାରାଥନ ରେଲି ଅନୁଷ୍ଠିତ

୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ କିଛିଦିନତଲେ ଓଡିଶାରେ ଆରମ୍ଭ ହେବାକୁଥିବା ହକିବିଶ୍ଵକପପାଇଁ ରାଜ୍ୟସାରା ମିନିମାରାଥନର କାର୍ଯ୍ୟକ୍ରମ ରହିଥିବାବେଳେ ସୋମବାର ଦିନ ପାଟଣାଗଡରେ ହକିବିଶ୍ଵକପ ପାଇଁ ମିନିମାରାଥନର ରେଳି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ପାଟଣାଗଡ ରୁ ଆରମ୍ଭ ହୋଇ ଉଳବା ଗ୍ରାମର ହାଇସ୍କୁଲ ଖେଳ ପଡିଆ ଠାରେ ମଧ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର, ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଉଦଘାଟନ କରିଥିବାବେଲେ ପାଟଣାଗଡ, ବେଳପଡା , ଖପ୍ରାଖୋଲ ତିନବ୍ଲକର ତସିଲଦାର ଏନଏସି କାର୍ଯ୍ୟନିର୍ବାହିଅଧିକାରି ଓ ଉପାଦକ୍ଷ ପ୍ରଫୁଲ୍ଲ କୁମାର ମେହେର ଉପସ୍ଥିତରହି ତାଙ୍କର ନିଜ ନିଜ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନିୟ କଳେଜ ଛାତ୍ରଛାତ୍ରୀ ଓ ଜୁବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଳଥିଳେ ।

Exit mobile version