୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ଚାଉଲ ବାଞ୍ଜି ଗ୍ରାମରେ ୧୬୪ତମ ମାଧୋ ସିଂ ସହିଦ ଦିବସରେ ସୃତି ଚାରଣ ଦିବସ । ପ୍ରତିବର୍ଷ ଜାନୁଆରୀ ୧ ତାରିଖ ଦିନ ମାଧୋ ସିଂ ର ସହିଦ ଦିବସ ପାଳନ କରାଯାଉଛି । ଚାଉଲ ବାଞ୍ଜି ଗ୍ରାମରେ ସହିଦ ଦିବସ ପାଳନ ପାଇଁ ଆଦିବାସି ନେତା ଧରମ ସିଂ ଧରୁଆ କଂ ପୌରହିତରେ ଗ୍ରାମର କମ ନିଟି ସେଣ୍ଟରରେ ୧୬୪ତମ ସହିଦ ଦିବସରେ 
ମୁଖ୍ୟ ଅତିଥି ପୁର୍ବତନ ଜିଲାପରି ସଦ ବିପ୍ର ବିଶି ଓ ମଟି ଆଭଟା ଗ୍ରା. ପ ପୁର୍ବତନ ସରପଞ୍ଚ ଲୋଚନ ସିଂ ବରିହା ଯୋଗ ଦେଇ ସହୀଦ ମାଧୋ ସିଂ ଉପରେ ଆଲୋକ ପାତ କରିଥିଲେ ଏହି ସହୀଦ ଦିବସରେ ଆଦିବାସି ସଂପ୍ରଦାୟର ସମସ୍ତ ଯୋଗ ଦେଇଥିଲେ ଲକ୍ଷ୍ମୀ ଶବର, ସତ୍ୟଭାମା ମାଝି, ଯଦୁମଣି ବରିହା, ରତନା କର ଧରୁଆ, ସଂକୀର୍ତ୍ତନ ଭୁଏ, ପବିତ୍ର ଭୁଏ, ମନ୍ଦିର ବରିହା ସଂପାଦକ ଟିକେଶ୍ଵର ଧରୁଆ, ସୁବାସଧରୁଆ, ଗୋକୁଲଧରୁଆ ପ୍ରମୁଖ ଆଦିବାସି ଲୋକମାନେ ସହୃ ଯୋଗ କରିଥିଲେ ।
