ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ନୂତନ ବର୍ଷ ର ଅଭିନନ୍ଦନ ଜଣାଇଲେ ଦଶପଲ୍ଲା ବିଧାୟକ

୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ବିଦାୟ ନେଇଛି ୨୦୨୨ ମସିହା । ଆରମ୍ଭ ହୋଇଛି ୨୦୨୩ ମସିହା । ନୂତନ ବର୍ଷ ଆରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନୂତନ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । 

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କର୍ମକର୍ତ୍ତା ବିଧାୟକ ଙ୍କ ସହିତ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଥିଲେ ।

Exit mobile version