ମୟୁରଭଞ୍ଜ, ଦୁର୍ଘଟଣା ପରେ ବସ୍ ରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର

୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବାରିପଦା :- ଦୁର୍ଘଟଣା ପରେ ଏକ ବସ୍ ରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ମୟୁରଭଞ୍ଜ ଜିଲ୍ଲା ସହର ଦେଇଯାଉଥିବା ଜାତୀୟ ରାଜପଥ ୧୮ରେ ବସ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ପରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା ।  ଯାତ୍ରୀ ନଥିବା ବସ୍ ଜାଳିଦେଲେ ଲୋକେ । ଗୁରୁତର ଯୁବକ ବାରିପଦା ପଣ୍ଡିତ ରାହୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

Exit mobile version