Home ଓଡ଼ିଶା ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁରୁ ମହତ୍ମା ଗାନ୍ଧୀ ପାର୍କ ରେ ଚିତ୍ରକଳା କର୍ମଶାଳା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :- ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ ୭୫ ତମ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏହି କ୍ରମରେ ଆଜି ନବ ବର୍ଷ ଅବସରରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ବରଗଡ ଜିଲ୍ଲାର ୧୫ ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଙ୍କୁ ନେଇ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହୋଇଥିଲା । ସକାଳ ୯ ଘଣ୍ଟା ସମୟରେ ଏହାର ବିଧିବଦ୍ଧ ଉଦଘାଟନ ହୋଇଥିଲା । ପ୍ରଚାର ପ୍ରସାର କମିଟି ର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଧନୁଯାତ୍ରା ମହୋତ୍ସବ ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ ଅତିଥି ଭାବରେ ଯୋଗ ଦେଇ ଏହି ଶିବିର କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ସମୟରେ ପ୍ରଚାର ପ୍ରସାର କମିଟି ର ସହ ଆବାହକ ପ୍ରସନ୍ନ କୁମାର ମିଶ୍ର ଓ ରବି ପଣ୍ଡା, ସଦସ୍ୟ ବଦ୍ରି ପ୍ରସାଦ ସାହୁ, ରଞ୍ଜନ କୁମାର ଦେବତା, ସତ୍ୟ ନାରାୟଣ ପ୍ରଧାନ, ଆଶୁତୋଷ ରଥ, ରମଣୀ ରଂଜନ ବେହେରା,ଏମ.ଡି. ନିଜାମ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଚାର ପ୍ରସାର କମିଟି ର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ର ଉପ ସଭାପତି ମିର୍ଦ୍ଧା ଟପୋ, ସମ୍ପାଦକ ସୁରେଶ୍ଵର ଶତପଥୀ, ପ୍ରଚାର ପ୍ରସାର କମିଟି ର ସହ ଆବାହକ ଦ୍ୱୟ ପ୍ରସନ୍ନ କୁମାର ମିଶ୍ର ଓ ରବି ପାଣ୍ଡା, ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଧନୁଯାତ୍ରା ର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ଶିବିର ରେ ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର, ଅଶୋକ କୁମାର ଦାଶ,କୁଶ ଭୂୟାଁ, ଜିତେନ୍ଦ୍ର ଦାଶ,ରମାକାନ୍ତ ତ୍ରିପାଠୀ,ଚନ୍ଦ୍ର ଶେଖର ରାଉତ, ଦୁଃଖୀ ସେବକ ସାହୁ,ମହେଶ ପାଣ୍ଡେ,ଅମୂଲ୍ୟ ସିକନ୍ଦର, ଚୂଡ଼ାମଣି ସିଂ,ବିନୋଦ କୁମାର ବେହେରା, ବୃନ୍ଦାବନ ବିଶି, କିଶୋର କୁଁଅର , ସୌରଭ ମଜୁମଦାର, ବିଜେନ୍ଦ୍ର ବେହେରା ଭଳି ଜିଲ୍ଲା ର ସ୍ୱନାମଧନ୍ୟ ଚିତ୍ର ଶିଳ୍ପୀ ମାନେ ଧନୁଯାତ୍ରା ମହୋତ୍ସବ ର ବିଭିନ୍ନ ପ୍ରସଂଗ ଉପରେ ଚିତ୍ର ଆଙ୍କିଥିଲେ । ଏହି ଶିବିର ଅପରାହ୍ନ ଘ ୪.୩୦ ମି ରେ ଉଦଯାପିତ ହୋଇଥିଲା । ଏହି ଶିବିର ର ସମସ୍ତ ଚିତ୍ର ଓ ପ୍ରଚାର ପ୍ରସାର କମିଟି ପକ୍ଷରୁ ପ୍ରଥମରୁ ଆୟୋଜିତ ୧୪ ବର୍ଷ ରୁ ଉର୍ଦ୍ଧ୍ବ ବୟସ ବାଳକ ବାଳିକା ଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତା ର ଚିତ୍ର ଗୁଡ଼ିକ ଆସନ୍ତା କାଲି ଠାରୁ ମୀନା ବଜାର ର ଥିମ୍ ପାର୍କ ରେ ପ୍ରଦର୍ଶିତ ହେବ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026