ଗଜପତି ମହୋତ୍ସବ : ଜାନୁୟାରୀ ୧୨,୧୩ରେ

 
୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଜାନୁୟାରୀ ୧୨ଓ ୧୩ ତାରିଖରେ ଗଜପତି ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦ୍ଭାବନା କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର ସଭାପତିତ୍ବ କରିଥିବା ବେଳେ ବିଡିଓ ଲରିମନ ଖର୍ସେଲ, ଆଇଆଇସି, ଜିଲ୍ଲାପରିଷଦ ସଭ୍ୟା/ସଭ୍ୟ ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ ,ସହକାରୀ ଯନ୍ତୀ, ବିଭିନ୍ନ ବଭାଗର ଅଧିକାରୀ ଯୋଗଦେଇଥିଲେ । ସମସ୍ତ ସରପଞ୍ଚ ସମିତିସଭ୍ୟ, ଖବରଦାତା, ବଣିକ ସଂଘ ସଦସ୍ୟ ଓ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ । ୩ତାରିଖରେ ସମସ୍ତ ପଞ୍ଚାୟତ ସ୍ତରରେ କ୍ରିଡା ପତିଯୋଗିତା ହେବ ୪ତାରିଖରେ ବ୍ଲକ ସ୍ତରୀୟ ପ୍ରତିଯୋତା ଅନୁଷ୍ଠିତ ହେବ ବୋଲି ବୈଠକ ସ୍ତରିର ହୋଇଥିଲା ।

Exit mobile version