ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ବାଳକ ଓ ବାଳିକା ବିଭାଗ ଦ୍ୱାରା ଯୋଜନା ଅଧିକାରୀ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀଙ୍କ ପରିଚାଳନାରେ ୨୩ ଠାରୁ ୨୯ ଏକ ସପ୍ତାହ ବ୍ୟାପି ସେବା ଶିବିର ଲିଲିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୫୦ ଜଣ ବିଦ୍ୟାର୍ଥୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭଗବାନ ବିଷୋୟୀଙ୍କ ସଭାପତିତ୍ୱରେ ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ମଧୁସୂଦନ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ମାର୍ଶାଲ ନାଏକ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶ, ଲକ୍ଷ୍ମଣ ଚୌଧୁରୀ, ବାବୁଲା ସେଠୀ ଯୋଗ ଦେଇଥିଲେ । ବରିଷ୍ଠ ଅଧ୍ୟାପକ ଅଧ୍ୟାପକ ଡଃ. ଅନ୍ତର୍ଯ୍ୟାମୀ ଗୌଡ଼, ପ୍ରଣାବାନନ୍ଦ ପାଟଯୋଶୀ, ଏସ.ରମେଶ, କିରାଣୀ କାମାକ୍ଷା ପ୍ରସାଦ ପଟ୍ଟନାୟକ ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version