ରେମୁଣା ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନ : ବରୁଣସିଂ ପଞ୍ଚାୟତରେ ଖେଳ ପଡ଼ିଆ, ଶୀତଳ ଭଣ୍ଡାର, ପଶୁ ଚିକିତ୍ସାଳୟ ଏବଂ ରେଳ ଓଭର ବ୍ରିଜ଼ ପ୍ରତିଷ୍ଠା ନେଇ – ଉଠିଲା ଦାବି

୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ରେମୁଣା :- ରେମୁଣା ପଞ୍ଚାୟତ ସମିତିର ଦ୍ୱିତୀୟ ଅଧିବେଶନ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବରୁଣସିଂ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସ ଓ ସରପଞ୍ଚ ଶ୍ରୀମତୀ ଝିଲିଶ୍ରୀ ମହାଳିକ ଏବଂ ଉପସ୍ଥିତ ରହି ନିଜ ପଞ୍ଚାୟତରେ ଥିବା ଲୋକଙ୍କ ଅତ୍ୟାବଶ୍ୟକ ଦାବି ଉପସ୍ଥାପନ କରିଥିଲେ Iଏଥିରେ ପଞ୍ଚାୟତରେ ଏକ ଭଲ ଖେଳ ପଡ଼ିଆ ନିର୍ମାଣ , ପଶୁ ଚିକିତ୍ସାଳୟ ପ୍ରତିଷ୍ଠା, ରେଳ ଓଭର ବ୍ରିଜ ନିର୍ମାଣ, ଶୀତଳ ଭଣ୍ଡାର ସ୍ଥାପନ ଇତ୍ଯାଦି ମହାନାଳର ପୁନଃରୁଦ୍ଧାର ଏବଂ ସମିତି ସଭ୍ୟଙ୍କ ହାତ ପାଣ୍ଠି ବୃଦ୍ଧି ନେଇ ସମିତିସଭ୍ୟା ଶ୍ରୀମତୀ ଶାନ୍ତ ଦାସ ନିଜର ଦାବି ଉପସ୍ଥାପନ କରି ଏହା ଯଥାଶୀଘ୍ର ପୂରଣ ପାଇଁ ନିବେଦନ କରିଥିଲେ Iଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜର ଦାବି ଉପସ୍ଥାପନ କରିଥିଲେ I ଏହି ଅଧିବେଶନରେ ବିଧାୟକ ରେମୁଣା, ବ୍ଲକ ଉନ୍ନୟନ ଅଧିକାରୀଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଗଣପ୍ରମୁଖ ଉପସ୍ଥିତ ଥିଲେ I

Exit mobile version