
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପ ଖଣ୍ଡ ପ୍ରଶାସନ ପୁରୁଷ ହକି ବିଶ୍ଵ କଫ୍ ଟ୍ରଫିଙ୍କୁ ସ୍ବାଗତ କରାଯାଉଛି । ସଉରା ପ୍ରଧାନୀଗୁଡା ଶିଶୁ ମାନେ ବାଦ୍ୟଯନ୍ତ୍ର,ବାମଣୀ ବାଟାଲିୟମ୍-2,ଗୁଣପୁର କଲେଜ ଏନ୍ସିସି,ପୋଲିସ୍ କର୍ମକାରୀ ନାଚ, ଗୀତ ମାଧ୍ୟମରେ ବିଶ୍ଵ କଫ୍ ଟ୍ରଫିଙ୍କୁ ପୁଷ୍ପଗୋଚ୍ଚ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରୁଥିଲେ । ଜାନୁୟାରୀ ମାସରେ ହକି ଓମେନ୍ସ୍ ୱାର୍ ଲର୍ଡ କଫ୍ 2023 ଭୂବନେଶ୍ବର ଓ ରାଉରକେଲା ସହରରେ 13-29 ଜାନୁୟାରୀ 2023 ହେବାକୁ ଯାଉଥିବା ପୁରୁଷ ହକି କଫ୍ । ଉକ୍ତ ଟ୍ରଫିଙ୍କୁ ସାରା ଓଡିଶାରେ ପରିଭ୍ରମଣ କରିବା ଫଳରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ରେ ପରିକ୍ରମା ଗତ ଖାଲି ସନ୍ଧ୍ୟା 8 ଘଣ୍ଟିକା ସମୟରେ ମିନିଷ୍ଟାଡିୟମ୍ ପଡିଆରେ ଶୁଭାରମ୍ଭ କରାଯାଇଛି । ଏଥିରେ ନାଚ,ଗୀତ,ନୃତ୍ୟରେ ଭାଗ ନେଇଥିବା କଳା କାର ମାନଙ୍କୁ ସମ୍ମାନୀତ କରାଯାଇଛି । ଉକ୍ତ କଳା କାର ମାନେ ସସ୍ମିତା ପଣ୍ଡା ଗ୍ରୁପ,ପ୍ରତି ମିଶ୍ର ଅମ୍ରିତ ପଟ୍ଟନାୟକ ସମ୍ବଲପୁର ନାଚ,ସତ୍ୟ ଦୀଲ୍ଲିପ୍ ଚନ୍ଦ୍ର ଗ୍ରୃପ୍,ଓମେନ୍ସ୍ କଲେଜ ଛାତ୍ରୀ ନୃତ୍ୟ ପରିବେଶଣ,ଗୁଣପୁର କଲେଜ ମହାବିଦ୍ଯାଳୟର ଏନ୍ ସି ସି ଛାତ୍ର ଛାତ୍ରୀମାନେ ମାନତ ପ୍ରଦାନ କରାଗଲା । ସ୍ଥାନୀୟ ବିଡିଓ,ତହସିଲଦାର, ପୋରପରିଷଦ,କମାଣ୍ଡ୍ ବାଟାଲିୟମ୍-2,ପଦ୍ମପୁର ବ୍ଲକ୍-ତହସିଲଦାର ଶ୍ରୀ-ପାଳ କୃଷ୍ଣ,ବିଜୟ ଗମାଙ୍ଗ,ଚନ୍ଦ୍ର ଦୟାକରି ପଣ୍ଡା,ଅକ୍ଷୟ ଦାସ୍, ସୁଦୀର ଦାସ୍,ରଘୁନାଥ ଗମାଙ୍ଗ ପ୍ରତ୍ୟେକ ବ୍ଲକ୍ ର ସମସ୍ତ କର୍ମଚାରୀ,ମହିଳା ଗ୍ରୃପର ମା’ ମାନେ,ସ୍ଥାନୀୟ ଯୁବକ ଗୋଷ୍ଠୀ ଓ ସାମ୍ବାଦିକ ବନ୍ଧୁମାନଙ୍କ ସମେତ ଉପସ୍ଥିତ ଥିଲେ ।

