Home ଓଡ଼ିଶା ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡିଶୀ ନୃତ୍ୟ ସହିତ କନ୍ଧମାଳ ଜିଲ୍ଲାର ଲୋକ କଳା, ସଂସ୍କୃତି ର ପୁନଃରୁଦ୍ଧାର କରାଯିବା ସହିତ ଜିଲ୍ଲାର ବିଭିନ୍ନ ବର୍ଗର କଳାକାର, ନୃତ୍ୟ ଶିଳ୍ପୀ ମାନେ ନିଜର କଳା ର ଦକ୍ଷତା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରିବା ସହିତ ଜୀବନ ଜୀବିକା ନିର୍ବାହ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରନ୍ତା ବୋଲି କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିପାରିଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର ନୃତ୍ୟ ଶିଳ୍ପୀ ମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଡିସେମ୍ବର ୨୯ତାରିଖରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବର ଠାରେ ଓଡିଶା ର ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି, ଯାହା ଆଗାମୀ ଜାନୁୟାରୀ ମାସରେ ଡିଡି ଓଡିଆ ରେ ଗୁରୁବାର ରାତି ୮ ଟା ରେ ପ୍ରସାରିତ ହେବ ।ଏହା କନ୍ଧମାଳ ପାଇଁ ଏକ ଗର୍ବ ଓ ଗୌରବ ର କଥାବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ଏବଂ ଓଡ଼ିଶୀ ନୃତ୍ୟରେ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି ,ଏଥିପାଇଁ କନ୍ଧମାଳ ବାସୀ ଅନୁଷ୍ଠାନର ଶୀଳ୍ପି ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । କନ୍ଧମାଳ ଜିଲ୍ଲାର କଳାର ବିକାଶ କ୍ଷେତ୍ରରେ ଯଦି ଜିଲ୍ଲାର କଳା ଓ ସଂସ୍କୃତି ବିଭାଗ ଦ୍ୱାରା ଉପଯୁକ୍ତ ଭାବେ ଆର୍ଥିକ ଓ ସହଯୋଗୀତା ଭାବ ରକ୍ଷା କରାଯାଇ ପାରନ୍ତା ତାହେଲେ ଓଡିଶୀ ନୃତ୍ୟ ସହିତ କନ୍ଧମାଳ ଜିଲ୍ଲାର ଲୋକ କଳା, ସଂସ୍କୃତି ର ପୁନଃରୁଦ୍ଧାର କରାଯିବା ସହିତ ଜିଲ୍ଲାର ବିଭିନ୍ନ ବର୍ଗର କଳାକାର, ନୃତ୍ୟ ଶିଳ୍ପୀ ମାନେ ନିଜର କଳା ର ଦକ୍ଷତା ବିକାଶ କରିବା କ୍ଷେତ୍ରରେ ସଫଳତା ହାସଲ କରିବା ସହିତ ଜୀବନ ଜୀବିକା ନିର୍ବାହ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରନ୍ତା ବୋଲି କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ଓ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣ ରେ ଅନୁରୋଧ କରିବା ସହିତ ଜିଲ୍ଲାର ପ୍ରଥମ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସର୍ବ ପ୍ରଥମେ ଦୂରଦର୍ଶନ ରେ ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀ ମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସମ୍ମାନିତ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି | Categories: ଓଡ଼ିଶା, କନ୍ଧମାଳ, ମନୋରଞ୍ଜନ, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026