ସାମାଜିକ କାମ ଓ ରକ୍ତଦାନ ଶିଵିର କରିବାକୁ ନିଷ୍ପତ୍ତି
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ କିପରି ଭାବେରେ ସଂଘ ସଦୃଢ ହେବ ଏବଂ ନିଜ କେମିତି ଘଟଣା ସ୍ଥଳ କୁ ଯାଇ ନିର୍ଭୁଲ ଖବର ସଂଗ୍ରହ କରିଵେ ସେନେଇ ସମସ୍ତ ସଦସ୍ୟ ମାନଙ୍କୁ ସଭାପତି ଶ୍ରୀ ବୁଡେକ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ, ରକ୍ତଦାନା ଶିବିର , ପ୍ରତ୍ୟେକ ଜାତୀୟ ଦିବସ ପାଳନ କରିବା , ସମାଜସେବା ରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଏକ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମ ଗୁଡିକ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ପାଟଣାଗଡ ଉପଖଣ୍ଡ ର ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଲାଗିରହିଥିବା ସ୍ଵାସ୍ଥ୍ୟ ସମସ୍ୟା ଉପରେ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା ।
ଏହାର ସୁଧାର ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ଖବର ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ମାସିକ ସଭ୍ୟ ଚାନ୍ଦା, ସାମ୍ବାଦିକ ଭବନ ନିର୍ମାଣ ଦିଗରେ ଆଲୋଚନା ହୋଇଥିଲା । ବୈଠକରେ ସଂଘ ର ସଂପାଦକ ବିମଳ କୁମାର ବାଗ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଖବର ସଂଗ୍ରହ ପ୍ରକାଶ ରେ ତତ୍ପରତା ହେବାକୁ ଆହ୍ୱାନ କରିବା ସହ ସଂଘ ରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟ ସୁବ୍ରତ ମହାକୁର ଙ୍କୁ ସ୍ବାଗତ ସମ୍ବର୍ଦ୍ଧିତ କରାଯାଇଥିଲା ।
