
୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆର, ଉଦୟଗିରିରେ ପୁରୁଷ ହକି ବିଶ୍ଵ କପ୍ ଟ୍ରଫି କୁ ଭବ୍ୟ ସ୍ଵାଗତ କରାଯାଇଛି । ଜାନୁୟାରୀ ମାସରେ ଭୁବନେଶ୍ୱର ଓ ରାଉରକେଲା ସହରରେ ହେବାକୁ ଥିବା ପୁରୁଷ ହକି ବିଶ୍ଵ କପ୍ 2023 ମସିହାରେ ହେବାକୁ ଥିବା ବେଳେ ଉକ୍ତ ଟ୍ରଫିକୁ ସାରା ଓଡ଼ିଶାରେ ପରିକ୍ରମାରେ ଗଜପତି ଜିଲ୍ଲା ପରିକ୍ରମା ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନ ରେ ଆର. ଉଦୟଗିରିରେ ପହଞ୍ଚିବା ପରେ ବ୍ଲକ ସମ୍ମୁଖରେ ଏହି ଟ୍ରଫିସହ ଏଡିଏମ୍ ସଂଗ୍ରମ ପଣ୍ଡା ଆସିଥିଲେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ବିଡିଓ ଲରିମନ ଖର୍ସେଲ,ସ୍ଥାନୀୟ ସରପଞ୍ଚ ଜାମେଶ ରାଇକା, ଭାରପ୍ରାତ ଜିପିଇଓ ସଂସାଙ୍କ ସେଖର ସୁବୁଦ୍ଧି, ଏପିଓ ଅକ୍ଷୟ କୁମାର ବିଷୋଇରନ, ରାୟଗଡ ବିଡିଓ ରଂଜିତ ପ୍ରତାପ ବଳ, ମୋହନା ବିଡିଓ ତପସ୍ଵିନୀ ହାଂସଦା ଓ ବ୍ଳକ୍ ର ସମସ୍ତ କର୍ମଚାରୀ, ମହିଳା ଗ୍ରୁପ ର ମା ମାନେ, ସ୍ଥାନୀୟ ଶତାଧିକ ଯୁବ ଗୋଷ୍ଠୀ ଓ ସାମ୍ୱାଦିକ ମାନେ ଯୋଗ ଦେଇ ଟ୍ରଫି କୁ ଫୁଲ ମାଳ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ଏହାପରେ ଟ୍ରଫିକୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଅଜାଯାଇ ସ୍ବାଗତ କରାଯାଇଲା । ପରେ ଏହାକୁ ନୁଆଁଗଡ,ରାୟଗଡ ଓ ପାରଳାଖେମୁଣ୍ଡି ଅଭିମୁଖେ ଟ୍ରଫି ବାହାରିଥିଲା ।

