୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମୋହନା କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ଶବରଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ବବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିଲେ । ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । 
ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାରୁ ଜନପ୍ରତିନିଧିମାନେ ହୋହାଲ୍ଲା କରିଥିଲେ ଏହାର ଉତ୍ତରରେ ବିଡିଓଙ୍କୁ ଖୋଜିବା ପରେ ବିଡିଓ ଅନୁପସ୍ଥିତ ଥିବାରୁ ଏହାକୁ ନେଇ ଜନ ପ୍ରତିନିଧିମାନେ ସମିତି ବୈଠକ ବର୍ଜନ କରିଥିଲେ । ବିଡିଓ ତପସ୍ପିନି ହାଂସଦା ଗଞ୍ଜାମରୁ ଆସୁଥିବା ହକି ଟ୍ରଫିକୁ ସ୍ବାଗତ ଜଣାଇବା ପାଇଁ ଚାଲିଯାଇଥିଲେ । ଫଳରେ ସମିତି ବୈଠକରେ ସେ ଯୋଗ ଦେଇପାରିନଥିଲେ ।

