ଗ୍ରାଣ୍ଡ୍ ବଜାରରେ ଡିସେମ୍ବର ୨୯ରୁ ଜାନୁଆରି ୧ ପର୍ଯ୍ୟନ୍ତ ଓପ୍ରେର ମେଗା ‘ନିଉ ଇୟର ଗ୍ରାଣ୍ଡେଉର’ ସମାରୋହ

x.  ଫେସନ ଫିଏଷ୍ଟା ଏବଂ ଫୁଡ୍ କାର୍ନିଭାଲ୍‌
x.  ରାପ୍ ନାଇଟ୍‌, ବଲିଉଡ ନାଇଟ୍‌, ସୁଫି ନାଇଟ୍ ଭଳି ଥିମ
     କାର୍ଯ୍ୟକ୍ରମ
x.  ପ୍ରିନ୍‌ସ ଡ୍ୟାନ୍‌ସ ଗ୍ରୁପ୍ ଦ୍ୱାରା ନୃତ୍ୟ ପରିବେଷଣ

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ପ୍ରତି ନୂଆବର୍ଷ ଆଶା ଏବଂ ନୂତନ ଶୁଭାରମ୍ଭର ପ୍ରତିଶ୍ରୁତି ଦେଇଥାଏ । ଭୁବନେଶ୍ୱବାସୀ ୨୦୨୨କୁ ବିଦାୟ ଦେଇ ୨୦୨୩ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରୁପ୍ ଜି ସହଯୋଗରେ ଓପ୍ରେ ଓଭରଗ୍ରାଉଣ୍ଡ୍‌ ପକ୍ଷରୁ ଗ୍ରାଣ୍ଡ୍ ବଜାରରେ ୨୦୨୨ ଡିସେମ୍ବର ୨୯ ତାରିଖରୁ ୨୦୨୩ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ନୂଆ ବର୍ଷ ଉତ୍ସବ ପାଳନ କାର୍ଯ୍ୟକ୍ରମ “ନିଉ ଇୟର ଗ୍ରାଣ୍ଡେଉର’ ଆୟୋଜନ କରାଯାଉଛି । ଏହି ମେଗା କାର୍ଯ୍ୟକ୍ରମରେ ରହିଛି ଫେସନ ଫିଏଷ୍ଟା ଯେଉଁଥିରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସୋ’ ଷ୍ଟପର ଏବଂ ବିଚାରକ ଭାବେ ଏବଂ ମିସ୍ ଇଣ୍ଡିଆ ଓଡ଼ିଶା (ଟପ୍ ୧୩) ଶ୍ରୁତିକ୍ଷା ନାୟକ ବିଚାରକ ଭାବେ ଯୋଗ ଦେବେ ।

ଏହି ଅବସରରେ ଆଶାକୀରଣ ଚିଲ୍‌ଡ୍ରେନ୍ ହୋମର ଅନାଥ ବାଳିକା ଏବଂ ଜିଟିଇଟିର ମୁକ ଓ ବଧିର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ହେଉଛି ଫୁଡ୍ ଫେଷ୍ଟିଭାଲ୍ ଯେଉଁଥିରେ ବିରିୟାନି ବକ୍ସ, ଆଡା କାଫେ, ବିଗିଜ ବର୍ଗର ଏବଂ ଓଡ଼ିଶା ହୋଟେଲ୍‌ ଆଦିର ସ୍ୱାଦିଷ୍ଟ ଖାଦ୍ୟ ସବୁ ରହିବ । ବଲିଉଡ୍ ନାଇଟ୍‌, ରାପ୍ ନାଇଟ୍ ଏବଂ ସୁଫି ନାଇଟ୍ ଭଳି ବିଭିନ୍ନ ବିଷୟବସ୍ତୁ ସହିତ ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଆୟୋଜନ କରାଯିବ ଯେଉଁଥିରେ ଶ୍ରୀୟା ଜୈନ, ରାପର ବିଗ୍ ଡିଲ୍ ଆଦି ଏକ ଲାଇଭ ଦର୍ଶକଙ୍କ ପାଇଁ ପଫର୍ମ କରିବେ ।

ପ୍ରିନ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ର ବହୁଚର୍ଚ୍ଚିତ ଦଶାବତାର ନୃତ୍ୟ ପ୍ରଦର୍ଶନ ସହ ନୂଆ ବର୍ଷ ୨୦୨୩କୁ ସ୍ୱାଗତ କରାଯିବ । ଏହି ଅବସରରେ ଓପ୍ରେର ମାଲିକ ଶ୍ରୀ ପ୍ରିନ୍ସ ଗୁପ୍ତା କହିଛନ୍ତି ଯେ, “ଆଗାମୀ କାର୍ଯ୍ୟକ୍ରମ ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ । ଭୁବନେଶ୍ୱରବାସୀ ଏହି ୪ ଦିନ ବ୍ୟାପୀ ନୂଆ ବର୍ଷ କାଯ୍ୟକ୍ରମରେ ପ୍ରଥମ ଥର ପାଇଁ ଖାଦ୍ୟ, ଫ୍ୟାଶନ, ମ୍ୟୁଜିକ ଏବଂ ଡ୍ୟାନ୍ସ ଭଳି ବିବିଧ ପ୍ରକାରର ମନୋରଞ୍ଜନ ଦେଖିବାକୁ ପାଇବେ ! ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ମାଗଣା ରହିଛି । ତେଣୁ କେହି ମଧ୍ୟ ଏଥିରୁ ବାଦ ପଡ଼ିବେ ନାହିଁ ଏବଂ ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ଆସି ଏହାକୁ ଉପଭୋଗ କରିପାରିବେ ।” ଏହା ହେଉଛି ଓଡ଼ିଶାର ପ୍ରଥମ ଧରଣର କାର୍ଯ୍ୟକ୍ରମ ଯେଉଁଥିରେ ରାଜ୍ୟରୁ ସୃଷ୍ଟି ହୋଇଥିବା ଖାଦ୍ୟ ବ୍ରାଣ୍ଡ୍‌, ସଂସ୍କୃତି ଓ ସଙ୍ଗୀତର ପ୍ରଚାର କରାଯିବ ।

Exit mobile version