ଆଇଜିଏମ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ/ଅଧ୍ୟାପିକାଙ୍କ ସାଧାରଣ ପ୍ରକୋଷ୍ଠ ଉଦ୍‌ଘାଟିତ

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କ ସାଧାରଣ ପ୍ରକୋଷ୍ଠ ଓ ବିଦ୍ୟାର୍ଥୀ ସୌଚାଳୟ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଅନୁଷ୍ଠାନର ଅଧ୍ୟକ୍ଷା ପଙ୍କଜିନୀ ପାଣି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଅଧ୍ୟାପକ/ଅଧ୍ୟାପିକା ଓ ବିଦ୍ୟାର୍ଥମାନଙ୍କ ଆବଶ୍ୟକତାକୁ ପୁରଣ ନିମନ୍ତେ ଏହା ନିର୍ମାଣ କରାଯାଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପିକା ଲଳିତା ସାହୁ, ଦୀପ୍ତିମୟୀ ରାଉତ, ରାଜଲକ୍ଷ୍ମୀ ଦାସ, ଅନିମା ପ୍ରଧାନ, ମମତାମୟୀ ଦାସ, ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ଚିତରଞ୍ଜନ ବଳ, ହୃଷିକେଶ ତ୍ରିପାଠୀ, ସୁବାସୁଚନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲା ା କାର୍ଯ୍ୟକ୍ରମକୁ ପରିଚଳାନାରେ ମୁଖ୍ୟକିରାଣୀ କଲ୍ୟାଣୀ ପରିଡା, କ୍ଷିରୋଦ ରାଉତ, ଶିବପ୍ରସାଦ ଦାସ, ଅଶୋକ ଭଞ୍ଜ, ବିନାୟକ ପାଢୀ, ବସନ୍ତ ସେଠୀ, ରମେଶ ସ୍ୱାଇଁ, ଜୟପ୍ରକାଶ ଦାସ, ସୁକାନ୍ତି ଦାସ, ସତ୍ୟଭାବା ସ୍ୱାଇଁ, ଅଚ୍ୟୁତ ମଲିକ, ପ୍ରଦୀପ ଦାସ ପ୍ରମୁଖ ସହାୟତା କରିଥିଲେ ।

 

Exit mobile version