ଜି ଓ ନେଟ୍ ୱାର୍କ ଅସ୍ଥାୟୀ ରୂପେ କାର୍ଯ୍ୟକାରି ହେଉଛି

୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ସଦରମହକୁମାରେ ଥିବା ଫୁଟ୍ଟାସିଙ୍ଗ ଏରିଆରେ ଚାରି ଗୋଟି ପଞ୍ଚାୟତ ଥିବାବେଳେ ଆଜକୁ ବିଏସେନାଲ୍ ନେଟ୍ ୱାର୍କ କମ୍ ରେଞ୍ଜରେ ଚାଳି ଥିବା ବେଳେ ଲୋକେ ବହୁତ ଅସୁବିଧା ଭୋଗୁଥିବାର ଜଣାପଡୁଛି । ଏଥି ସହ ଆଉ ଏକ ଗୋଟିଏ ଜି ଓ ନେଟ୍ ୱାର୍କ ଆସିବାର ସମ୍ଭାବନା ରହିଛି । ଜି ଓ ନେଟୱାର୍କ କାର୍ଯ୍ଯ ଛଅ ମାସ ହୋଇ ମଧ୍ୟ ବିଳମ୍ବ ଅସଂପୂର୍ଣ୍ଣ ହୋଇଛନ୍ତି ।ଯେଉଁ ଫଳରେ ଏରିଆରେ ଅଫିସ୍ କାର୍ଯ୍ଯ,ଫୋନ ମାଧ୍ୟମରେ ଯେତିକି ସମ୍ଭବ ପାଇବା କଥା ସେତିକି କାର୍ଯ୍ଯ ହୋଇ ପାରୁ ନ ଥିବା ଜଣାପଡିଛି । ଆଜି କାଲି ଡିଜିଟାଲ୍ ମାଧ୍ୟମରେ କାର୍ଯ୍ଯ ହେଉ ଥିବାଥିବାବେଳେ ଏରିଆରେ ଅକାର୍ଯ୍ୟ,ଅସଂପୂର୍ଣ୍ଣ ଭାବରେ ରହିଛି । ଅଫିସିଆଲ୍,ସ୍କୂଲ, ବ୍ୟାଙ୍କ ଇତ୍ୟାଦି ଅସଂପୂର୍ଣ୍ଣ ଭାବେ ସ୍ଥଗିତ କାର୍ଯ୍ଯ କାରି ହୋଇପାରୁ ନାହିଁ । ଯେଉଁଟି କି ନେଟୱାର୍କ ପାଉଛି, ନେଟୱାର୍କ ପାଇବା ପାଇଁ ଆଜି ଲୋକେ 15/20 କିଲୋମିଟର୍ ଦୂରରେ ଯାଇ ଫୋନ୍ ଏବଂ ଅନ୍ ଲାଇନ୍ କାର୍ଯ୍ଯ କରିବା ପାଇଁ ଲୋକେ ଭିଳରେ ଜାଉଛନ୍ତି । ଏହି ସୂଚନାରୁ ଜଣାପଡିଛି ଯେ ଆବାଡା ପଞ୍ଚାୟତ,ଶଗଡା ପଞ୍ଚାୟତ, ଫୁଟ୍ଟାସିଙ୍ଗ ପଞ୍ଚାୟତ,ଟଲଣା ପଞ୍ଚାୟତରେ ନେଟୱାର୍କର ଅସୁବିଧା ପାଇ ପାରୁଛୁ । ଏଥିରେ ଜି ଓ ନେଟୱାର୍କ କାର୍ଯ୍ଯନିର୍ବାହୀ ଯନ୍ତ୍ରୀଙ୍କୁ ସୂଚାୟ ରୂପେ ଶୀଘ୍ର କାର୍ଯ୍ଯକାରି କରାଇବା ନେଇ ଗ୍ରାମ,ଏରିଆର ଲୋକେ ସମସ୍ତେ ବିନତି ଅନୁରୋଧ କରୁଥିଲେ ।

Exit mobile version