Home ଓଡ଼ିଶା କିଡ୍ନୀ ରୋଗରେ ସାମ୍ବାଦିକ ପୀଡିତ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଦୀର୍ଘ ବର୍ଷ ଧରି ସମାଜସେବା ସହ ସାମ୍ବାଦିକତା କରି ଜଣେ ୩୯ ବର୍ଷର ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦିନ କାଟୁଛନ୍ତି । ଖିରୋଦ ବେହେରା ନାମକ ଏହି ଅଳ୍ପ ବୟସର ସାମ୍ବାଦିକ ଜଣକ ସ୍ୱାଭିମାନ ଅଂଚଳର ପ୍ରତି ଗ୍ରାମେ ଗ୍ରାମେ ପରିଚିତା ସ୍ୱାଭିମାନ ଅଂଚଳର ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ସେହି ସବୁ ଅଂଚଳରେ ଝରଣା ପାଣିକୁ ଅଟକାଇ କିପରି ଜଳ ସଂର କ୍ଷଣସହ ବିଭିନ୍ନ ଚାଷ କରା ଯାଇ ପାରିବ ସେ ସମ୍ବନ୍ଧରେ ଅଂଚଳବାସୀଙ୍କୁ ସଚେତନ କରାଉଥିଲ । ଦୁଃଖର ବିଷୟ ଶ୍ରୀ ବେହେରା ପେଟ ଯନ୍ତ୍ରଣା ଯୋଗୁଁ ଦୀର୍ଘ ଛଅମାସ ପୂର୍ବରୁ ଭୁବନେଶ୍ୱର ଏଇମସ୍ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ତାଙ୍କର ବାମପାଶ୍ୱର୍ କିଡ୍ନୀ ସମ୍ପୂର୍ଣ ଖରାପ ହୋଇ ଯାଇଥଇବା ବେଳେ ଡାହାଣ ପାଖ କିଡ୍ନୀ ଉପରେ ଏହାର ପ୍ରଭାବ ଧିରେ ଧିରେ ପଡୁଥିବା ଡାକ୍ତରମାନେ ସୂଚନା ଦେଇଥିଲେ ।ତେଣୁ ଏହାର ପ୍ରତିକାର ନିମନ୍ତେ କିଡ୍ନୀ ବଦଳାଇବା ଏକମାତ୍ର ମାର୍ଗ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ କିଡ୍ନୀ ବଦଳାଇବା ନିମନ୍ତେ ପ୍ରଚୁର ଅର୍ଥର ଆବଶ୍ୟକତା ପଡୁଛି, ଯାହାକି ଶ୍ରୀ ବେହେରାଙ୍କ ଦ୍ୱାରା ସମ୍ଭବପର ନୁହୋଁ ଶ୍ରୀ ବେହେରାଙ୍କ ପରିବାରଙ୍କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି । କୌଣସି ପୁଣ୍ୟାତ୍ମା ଶ୍ରୀ ବେହେରାଙ୍କୁ ଏହି ସଂକଟରୁ ବଂଚାଇବା ପାଇଁ ଆର୍ଥିକ ସାହା ଯ୍ୟ କିମ୍ବା କିଡ୍ନୀ ଦାନ କରିବାକୁ ତାଙ୍କ ସହ ଧର୍ମିଣୀ ନିବେଦନ କରିଛନ୍ତି ।ଇଛୁକ ବ୍ୟକ୍ତି ମାନେ ୮୪୫୮୦୩୫୦୩୪, ୮୪୫୮୦୨୫୬୫୮ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026