୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲାର ନୁଆଗଡ ବ୍ଲକ ଅତାରାସିଂ ଗ୍ରାମରେ ବାସ କରନ୍ତି ମାନସ ରାଇକା ଦୀର୍ଘ ୧୫ ବର୍ଷ ହେଲା ସେ କୃଷି କାମରେ ଜନିତ, ତାଙ୍କର ମୋଟ ୪ଏକର ଚାଷ ଜମି ଅଛି । ସେ ପଙ୍କ ଜମିରେ ଧାନ,ମକା,ଷୋରିଷ ଓ ପନିପରିବା ଆଦି ଚାଷ କରନ୍ତି । କିନ୍ତୁ ପାନିୟ ଜଳ ସୁବିଧା ନଥିବାରୁ ତାଙ୍କୁ ସବୁ ବେଳେ ବର୍ଷା ଉପରେ ନିର୍ଭୟ କରିବାକୁ ପଡିଥାଏ । ନିଜ ଜମିରେ ଥିବା ପୂର୍ବରୁ ସେ ଜଳସଚନ କରିଥାନ୍ତି । କିନ୍ତୁ ବିଦ୍ୟୁତ ସଂଯୋଗ ନ ଥିବାରୁ ତାଙ୍କୁ କୂପରୁ ଜଳ କାଡିବା ପାଇଁ ବହୁତ ପରିଶ୍ରମ ଓ ସମୟ ଲାଗେ ।
ଏହି ଅସୁବିଧା ଦୂର କରିବାକୁ ସେ ୨୦୧୮ ମସିହାରେ ସୌର ଜଳନିଧି ଯୋଜନାରେ ଗୋଟିଏ ସୌରଚାଳିତ ପାଣି ପମ୍ପ ପାଇଁ ଆବେଦନ କହିଥିଲେ । ଏବେ ବିଦ୍ୟୁତ ସୁବିଧା ନ ଥିଲେ ମଧ୍ୟ ସୌରଚାଳିତ ପମ୍ପ ଦ୍ବାରା ସେ ଖୁବ ସହଜରେ ଜଳସେଚନ କରିପାରୁନାହାନ୍ତି । ଏବେ ଫସଲ ପାଇଁ ତାଙ୍କୁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁନାହିଁ । ଯାହାଦ୍ବାରା ତାଙ୍କର ବାଷିକ ଆୟ ବୃଦ୍ଧି ପାଇଛି । ଏହାଛଡା ସେ ବୈଜ୍ଞାନିକ ପଦ୍ଦତିରେ ଚାଷ କାର୍ଯ୍ୟ କରିବାପାଇଁ କୃଷିଯାନ୍ତୀକରଣ ଉପରେ ଗୁରୁତ୍ବ ଦେଇଛନ୍ତି । ସେ ଗୋଟିଏ ପାଓ୍ବାର ଓ୍ବିଡର, ପାଓ୍ବାର ସ୍କ୍ରେୟର ଓ ମିନି ରାଇସି ମିଲି ମଧ୍ୟ ରଖିଛନ୍ତି । ତାଙ୍କ ଠାରୁ ପ୍ରେରଣା ପାଇ ତାଙ୍କ ଆଖ ପାଖ ଅନ୍ୟ ଚାଷୀମାନେ ମଧ୍ୟ ସୌଲାର ପମ୍ପସେଟ୍ ର ସୁବିଧା ପାଇଛନ୍ତି । ସେ ନିଜେ ବର୍ଷକୁ ୨.୫ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ସାଜିଛନ୍ତି । ସେ ଜଣେ ଅଗ୍ରଣୀ ଚାଷୀ ହୋଇଥିବାରୁ କୃଷିଯାନ୍ତୀକରଣର ବହୁଳ ପ୍ରସାର ପାଇଁ ସମ୍ବଦ୍ଧନା ପାରିବା ପାଇଁ ଯୋଗ୍ୟ କୃଷକ । ମାନସ ବାଡରେ ବହୁବର୍ଷ ହେଲା କୂଅ ନିର୍ମାଣ କରିଥିଲେ ସେହି କୂଅରୁ ପାଣି ଉଠିଇ ଚାଷ କରାଛନ୍ତି । ଏବେ ସେହି କୂଅ ଭାଙ୍ଗିଗଲା କୂଅର ଅବସ୍ଥା ଭଗନ ଅବସ୍ଥା ରହିଛି କୂଅ ମରାମତି ପାଇଁ ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟ ନିଳିତାନ୍ତା ତାହାହେଲେ ଅଧିକ ଉପାଦନ କରିପାନ୍ତା ବୋଲି ମାନସ ଅନୁରୋଧ କରିଛନ୍ତି ।ସୌରଚାଳିତ ପାଣିପମ୍ପ ଚାଷୀ ମାନସ ରାଇକା

