ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗୋଠେଇ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଗୋଠେଇ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୋଷାଣି ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଆମ୍ବାଝରୀ ଗ୍ରାମର ଭୂୟାସାହି ନିବାସୀ ମଙ୍ଗଳା ଶବରଙ୍କ ପୁଅ ପ୍ରେମାନ୍ଦ ଶବର (୨୪) ଏପି୨୩ ଏସି ୪୨୫୦ ନମ୍ବର ବିଶିଷ୍ଠ ବାଇକ ଯୋଗେ ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ରାସ୍ତାର ଗଠେଇ ଗ୍ରାମ ରାସ୍ତାରେ ନିଜ ଗ୍ରାମକୁ ଯାଉଥିବା ସମୟରେ କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ତଥା ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେହିଁ ପଡିରହିଥିଲେ । ଏହି ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡାସ୍ଥ ରିଜର୍ଭ ପୋଲିସର ଇନ୍ସିପେକ୍ଟର ସତ୍ୟକାନ୍ତା ମନୋରଂଜନ ଜେନା ଓ ଗୋଷାଣୀ ବ୍ଲକର ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ପୃଥକ ଭାବେ ଏହି ସଡକରେ ଯାଉଥିବାବେଳେ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ପଡିଥିବା ପ୍ରେମାନନ୍ଦଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ୧୦୮ଆମ୍ବୁଲାନ୍ସ ପହଞ୍ଚି ପ୍ରେମାନନ୍ଦଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକ ପଠାଇଦେଇଥିଲେ । ହେଲେ ପ୍ରେମାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି । ଗୁରୁତର ପ୍ରେମାନନ୍ଦଙ୍କ ଅଣ୍ଟା ଓ ହାତ ଭାଙ୍ଗିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାର ଜଣାପଡିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଜାରି ରହିଥିବାର ଗାରବନ୍ଧ ଥାନା ପୋଲିସ ଏସ୍‌ଆଇ ଚନ୍ଦ୍ରକାନ୍ତ ପ୍ରଧାନ ଜଣାଇଛନ୍ତି ।

Exit mobile version