ମାଘପୋଡ଼ା ଯାତ୍ରା ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ସାନ ତାମନାଡୁ ଗ୍ରାମ ରେ ମାଘପୋଡ଼ା ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଯାତ୍ରା ଉତ୍ସବ ପାଳନ ଦ୍ଵାରା କିପରି ଏକତା ଏବଂ ଭାଇଚାରା ସୃଷ୍ଟି ହୁଏ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ସୁଷମା ଦଳ ବେହେରା, ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ତଥା ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ପୂର୍ବତନ ସମିତି ସଭ୍ୟ ବିଭୂତି ଭୂଷଣ ବେହେରା,ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତ ରାୟ,ଦେବରାଜ ଜାନୀ,ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରା ଉତ୍ସବରେ ଶହ ଶହ ଲୋକମାନଙ୍କ ସମାଗମ ହୋଇଥିଲା ।

Exit mobile version