ଦଶପଲ୍ଲା ବିଧାୟକ ଙ୍କ କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା : ଅଗ୍ନି ବିପର୍ଣ୍ଣ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ଦଶପଲ୍ଲା ବିଧାୟକ

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଭାଲିଆ ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଖବର ପାଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଅଗ୍ନିବିପର୍ଣ୍ଣ ପରିବାର ର ଦୋଳ ଗୋବିନ୍ଦ ମଳିକ,ଯୋଗେନ୍ଦ୍ର ମଳିକ, ଡମ୍ବୁର ମଳିକ,ସନ୍ତୋଷ ମଳିକ ଆଦି ୭ ଟି ପରିବାରର ଲୋକଙ୍କୁ ଭେଟି ଶୁଖିଲା ଖାଦ୍ୟ ସାମଗ୍ରୀ,ଲୁଗାପଟା,ଶୀତବସ୍ତ୍ର ଏବଂ ବାସନ କୁଶନ ବିତରଣ କରିଥିଲେ ।ଅଗ୍ନି ବିପର୍ଣ୍ଣ ପରିବାରକୁ ସହାୟତା ପ୍ରଦାନ ସମୟରେ ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ବରିଷ୍ଠ ବିଜେଡି ସଙ୍ଗଠକ ସନାତନ ବେହେରା ଙ୍କ ସମେତ ପଞ୍ଚାୟତ ର ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଏଭଳି ମହତ୍ କାର୍ଯ୍ୟ କୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

Exit mobile version