କଳିଙ୍ଗ ବିହାର ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ନିକଟରେ ଅତର୍କିତ ଚଢଉ : ୨କେଜି ୬୦୦ଗ୍ରାମ ଓଜନର ଗଞ୍ଜେଇ ସହିତ ୩୫୦ଟଙ୍କା ଜବତ – ଦୁଇ ଗିରଫ 

ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ

୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ କଳିଙ୍ଗ ବିହାର ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ନିକଟରେ ସଦଳବଳେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ତମାଣ୍ଡୋ ଥାନା ପୁଲିସ ତାଙ୍କ ନିକଟରୁ ୨କେଜି ୬୦୦ଗ୍ରାମ ଓଜନର ଗଞ୍ଜେଇ ସହିତ ୩୫୦ଟଙ୍କା ଜବତ କରିଥିଲେ ।

ପଚରା ଉଚରା ସମୟରେ, ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇ ପାଖରେ ରଖିଥିବା ଏବଂ ପୂର୍ବରୁ ମଧ୍ୟ ଏହି ବ୍ୟାପାର ନିୟମିତ ଭାବେ କରିଆସୁଥିବା କଥା ଉଭୟ ଅଭିଯୁକ୍ତ ସ୍ଵୀକାର କରିଥିଲେ । ଏହି ଘଟଣାରେ ତମାଣ୍ଡୋ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ, ଛିନତାଇ ତଥା ବେଆଇନ ନିଶା କାରବାର ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ନିମନ୍ତେ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person:      

  1. Rabindra Swain (36), S/O- Bipra Swain Vill- Jaraghatani, PS- tarasingh, Dist- Ganjam At/Pr- Sijuput, PS- tamando, Bhubaneswar UPD.

  2. Bipra Swain (63), S/O- Late Nakula swain, Vill- Jaraghatani, PS- tarasingh, Dist- Ganjam At/Pr- Sijuput, PS- tamando, Bhubaneswar UPD.

Article Seized:

  1. Ganja of 2kg 600gram.

  2. Cash of Rs.350/-

Ref: Tamando PS Case No-310, dtd.26.12.2022, U/S-20 (b) (ii)(B) NDPS Act.

PO: Near SBI, Kalinga Vihar Branch, PS- Tamando, Bhubaneswar UPD.

Exit mobile version