ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ଅତର୍କିତ ଚଢଉ : ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଇନଫୋଭ୍ୟାଲି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଯାଁଳା ଅନ୍ତର୍ଗତ ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ସଦଳବଳେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ଇନଫୋଭ୍ୟାଲି ଥାନା ପୁଲିସ ସେମାନଙ୍କ ନିକଟରୁ ୨୭.୭୦ଗ୍ରାମ ଓଜନର ବ୍ରାଉନ ସୁଗାର, ଦୁଇଟି ମୋଟରସାଇକେଲ ଏବଂ ୧,୨୦୦ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ, ଅଭିଯୁକ୍ତ ମାନେ ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ଏହି ବ୍ରାଉନ ସୁଗାରକୁ ପାଖରେ ରଖିଥିବା ଏବଂ ପୂର୍ବରୁ ଏହି ବ୍ୟାପାର ନିୟମିତ ଭାବେ କରିଆସୁଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଏହି ଘଟଣାରେ ଇନଫୋଭ୍ୟାଲି ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ, ମୋଟ ୯୪ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୭୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୫୫୮ଗ୍ରାମ ୩୭୦ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୭,୬୩,୦୩୦/-ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୮୨ଟି ମୋବାଇଲ ଫୋନ ଏବଂ ୪୦ଟି ଦୁଇ/ତିନି/ଚାରି ଚକିଆ ଯାନ, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person:

  1. Rajesh Das (22), S/O- Manguli Charan Das of Vill- Amaraula, PS- Astarang, Dist- Puri, At/Pr- Badabari, PS- Khandagiri, Bhubaneswar UPD.

  2. Ajay Malik (22), S/O- Maharigi Mallik of Vill- Kantakai, PS- Banki, Dist- Cuttack, At/Pr- Badabari, PS- Khandagiri, Bhubaneswar UPD.

  3. Sakti Santanu @Gugu Panda (27), S/O- Dhruba Charan Panda, Vill- Dakhina Munda Muhan, PS- Info Valley, Bhubaneswar UPD.

Article Seized:

  1. 70Grams of Contraband Brown Sugar.

  2. 3nos of Mobile Phones.

  3. One Honda Shine M/C, bearing Regd. No.OD-33-Z-7312.

  4. One TVS XL 100 M/C, bearing Regd. No.OD-02-AQ-6351.

  5. Cash of 1,200/-

Ref: Info Valley PS Case No-15, dtd.26.12.2022, U/S-21 (b) NDPS Act.

PO: Near Laxmi Puja Mandap, Janla, PS- Info Valley, Bhubaneswar UPD.

 

Exit mobile version