
୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରା,ଉଦୟଗିରି :- ଆର,ଉଦୟଗିରି ସବଡିଭିଜନ ଅଫିସରେ ଦୀଘମାସ ଧରି ତାଲାଝୁଲୁ ଥିବାର ଦେଖିବାକୁ ମିଳୁଛି । ଏହି ସବଡ଼ିଭିଜନରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ର ନିଯୁକ୍ତି ପାଇଥିଲେ ସେ ନିଜର ସବଡ଼ିଭିଜନ ଅଫିସରେ ନ ରହି ସବୁବେଳେ ସେ ବ୍ରହ୍ମପୁର ରହିଆସୁଛନ୍ତି । ଏହି ସବଡ଼ିଭିଜନ ଅଧିନରେ ରାସ୍ତା ଗୁଡିକ ମରାମତି, ଏବଂ ଅନ୍ୟାନ୍ୟ କାମ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ କାମ କରିବା ପାଇଁ ଆସୁଛି । ଯନ୍ତ୍ରୀ ସବୁବେଳେ ବ୍ରହ୍ମପୁର ରହନ୍ତି ରାସ୍ତା କାମ କିପରି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମ ଦେଖିବାକୁ ନ ଯିବାଦ୍ବାରା ରାସ୍ତା କାମ ନେଇଥିବା ଠିକାଦାର ନିଜ ଇଛା କାମ କରିବା ଦ୍ବାରା ରାସ୍ତା ହେବାର କିଛି ମାସ ପରେ ରାସ୍ତା ଅବସ୍ଥା ଶୋଚନିୟ ହୋଇଯାଉଛି । ଏହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସୋଡକ ଯୋଜନାରେ ରାସ୍ତା କାମ ଚାଲିଛି କାମର ତଦାରଖ ନ କରିବାକୁ ଯନ୍ତ୍ରୀ ନ ଯିବା ଦ୍ବାରା ନେଇ ଥିବା ଠିକାଦାର ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଙ୍କ ତରଫରୁ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଉଚ ଅଧିକାରୀ ଏଥିପ୍ରତି ପଦକ୍ଷେପ ନ ନେବାଦ୍ବାରା ଅଞ୍ଚଳରେ ଅସନ୍ତୁଷ ଦେଖାଯାଉଛି । ଆର,ଉଦୟଗିରି ସବଡ଼ିଭିଜନ ଅଧିନରେ ଦୁଇଟି ସେସନ ରହିଛି ଆର,ଊଦୟଗିରି ଓ ନୁଆଗଡ ସେସନ ଦୁଇ ଯନ୍ତ୍ରୀ ନିଯୁକ୍ତି ହୋଇଛନ୍ତୀ ଏମାନେ ମଧ୍ଯ ନିଜ ନିଜ ସେସନ ରହୁନାନ୍ତି ଅଞ୍ଚଳ ଗ୍ରାମବାସୀ ରାସ୍ତା କାମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ବହୁବାର ଅନୁରୋଧ କରିଥିଲେ । ବିଭାଗୀୟ ଯନ୍ତ୍ରୀ ନସୁଣିବା ଚୁପୁ ରହନ୍ତି । ଏହି ସଵଡିଜେନରେ ଦୀଘ ଦିନ ଧରି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ଖାଲି ପଡିରହିଥିଲ । ଏହା ଦାୟିତ୍ବ ରେ ନୁଆଗଡ ଯେସନ ଏହି ବିଭାଗ ସହକାରୀ କନିଷ୍ଟ ଯନ୍ତ୍ରୀ ଦ।ୟତ୍ର ଥିଲେ । ନୁତନ ଭାବେ କିଛି ମାସ ହେବ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆସି ଜଇନ ହୋଇଥୀଲେ । ସବଡିଜେନ ଅଫିସ ସେ କେବେ ଆସନ୍ତି ନ।ହି । ସାଧାରଣରେ ଦାବି ହେଉଛି ଯେ ଯନ୍ତ୍ରୀଙ୍କ ସବଡ଼ିଭିଜନ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର କରାଗଲା କି..? ଏହି ଅଞ୍ଚଳର ଗ୍ରାମବାସୀ ତାଙ୍କ ଅଞ୍ଚଳର ସମସ୍ୟା ଜଣାଇବା ଅଫିସକୁ ଆସିଲେ ଅଫିସରେ ତାଲାଝୁଲୁ ଥାଉଛି ବୋଲି ଅଭିଯୋଗ ହେଉଛି । ଅଫିସରେ ଥୀବା ପିଅନକୁ ପଚ।ରିଲେ ସେ କହନ୍ତି ସ।ର ଟୁରୁ ଯାଇଛନ୍ତି କହନ୍ତି । ଏହି ବିଭାଗ୍ୟ ଯନ୍ତ୍ରୀ ମାନଙ୍କୁ ନିମାର୍ଣ ହୋଇଥିବା ଘରକୁ ବିଭାଗ ଦ୍ୱାରା କାମ କରୁଥିବା ଠିକାଦାରମାନୁ ରହିବାକୁ ଯିଆଯାଇଥିବ। ଦେଖିବାକୁ ମିଳୁଛି । ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

