୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟା ନିକେତନର ୨୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ ଓ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ୫୧ ନମ୍ବର ୱାର୍ଡ ବିଜେଡି ସଭାପତି ରମେଶ ଚନ୍ଦ୍ର ନାୟକ, 
ବିଦ୍ୟାଳୟର ଉପଦେଷ୍ଟା ପ୍ରମୋଦ କୁମାର ନାୟକ ଓ ପ୍ରସନ୍ନ କୁମାର ଗୋଛାୟତ ଯୋଗ ଦେଇ ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

