ନୟାଗଡ଼ ଜିଲ୍ଲା  ଚାନ୍ଦପୁର ସେବା ସମବାୟ ସମିତି ସଂପାଦକଙ୍କ ମନୋମୁଖୀ କାର୍ଯ୍ୟ

 1. କେରଣ୍ଡାଟାଙ୍ଗି ସଂପାଦକ ଉପେନ୍ଦ୍ର ଦଳେଇ ଏଠାରେ ଭାରପ୍ରାପ୍ତ ସଂପାଦକ , ଯିଏକି ନିୟମିତ ଆସନ୍ତି ନାହିଁ କି ନିୟମା ନୁଯାୟୀ ସରକାରୀ ଦାୟିତ୍ୱ ତୁଲାନ୍ତି ନାହିଁ  I

2. ଅସୁମାରୀ ଅଭିଯୋଗ  କତୃ ପକ୍ଷଙ୍କ ନିଘା ନାହିଁ କି ଗଣତାନ୍ତ୍ରିକ  ବ୍ୟବସ୍ଥା କୁ ଭୟ ନାହିଁ  I

3. ବୈଠକ ରେ  ଗୃହୀତ ପ୍ରସ୍ତାବ କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇ ନାହିଁ I

4. ସମସ୍ୟା ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥା କରାନଗଲେ ବାଧ୍ୟ ହୋଇ ଆନ୍ଦୋ ଳନା ତ୍ମକ ଆପଣେଇବେ ବୋଲି ଅନେକ  ସମବାୟ ପ୍ରେମୀ ମତ ବ୍ୟକ୍ତ କରିଛନ୍ତି I

୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଚାନ୍ଦପୁର ସେବା ସମବାୟ  ସମିତି ସଂପାଦକ ଙ୍କ ମନୋମୁଖୀ କାର୍ଯ୍ୟ ସୀମା ଟପିଲାଣି I ଏଠାରେ ସୂଚନା ଯୋଗ୍ୟ କେରଣ୍ଡାଟାଙ୍ଗି ସଂପାଦକ ଉପେନ୍ଦ୍ର ଦଳେଇ ଏଠାରେ ଭାରପ୍ରାପ୍ତ ସଂପାଦକ , ଯିଏକି ନିୟମିତ ଆସନ୍ତି ନାହିଁ କି ନିୟମା ନୁଯାୟୀ ସରକାରୀ ଦାୟିତ୍ୱ ତୁଲାନ୍ତି ନାହିଁ I ଅସୁମାରୀ ଅଭିଯୋଗ  କତୃ ପକ୍ଷଙ୍କ ନିଘା ନାହିଁ କି ଗଣତାନ୍ତ୍ରିକ  ବ୍ୟବସ୍ଥା କୁ ଭୟ ନାହିଁ Iସମିତିର୧୫ I ୧୧ I ୨୨ ରିଖ ଅଧିବେଶନ ପ୍ରସ୍ତାବ ୩ ରେ  ସହ ସଂପାଦକ ପଦ୍ମ ଚ଼ରଣ ପରିଡ଼ା ଙ୍କ  ନିଲମ୍ବନ ପ୍ରତ୍ୟାହାର କରାଯାଇ ୦୧ ଡ଼ିସେମ୍ବର ରୁ ନିୟମିତ କାର୍ଯ୍ୟ ନିମିତ ପ୍ରସ୍ତାବ ପାରିତ ହେଲା । ମାତ୍ର ଆଜିଯାଏ ସଂପାଦକ ଏହାର ନିର୍ଦ୍ଦେଶ ଶ୍ରୀ ପରିଡ଼ା ଙ୍କୁ  ପ୍ରଦାନ କଲେନାହିଁ I ଖାଲି ସେତିକି ନୁହେଁ ନୂତନ ସଂପାଦକ ନିଯୁକ୍ତି ପାଇଁ  ବିଭାଗୀୟ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ , ଜନସାଧାରଣ ଙ୍କ  ଆପତି ଅଭିଯୋଗ ଶୁଣା ଯାଉ ନାହିଁ I ସମିତିର ଉନ୍ନତି କଳ୍ପେ  ବାଣିଜ୍ୟକ ଗୃହ ପୂର୍ଣ୍ଣାଗ କରିବା , ଗୃହକୁ ମରାମତି ଓ ରଂଗ କରିବା , ପରିବେଶ ସଫା ରଖିବା ଦିଗରେ ସଂପାଦକ ହେୟ ଜ୍ଞାନ କରୁଛନ୍ତି I ବୈଠକ ରେ  ଗୃହୀତ ପ୍ରସ୍ତାବ କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇ ନାହିଁ I ବହୁବାର ଉଚ୍ଚ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ବି ସୁଫଳ ମିଳିପାରି ନାହିଁ I ବର୍ତ୍ତମାନର ଭାରପ୍ରାପ୍ତ ସଂପାଦକଙ୍କୁ ତୁରନ୍ତ ବଦଳି ଦାବୀ ଜୋର ଧରିଛି Iସମିତିର ଏକାଧିକ ନିର୍ବାଚିତ ନିର୍ଦ୍ଦେଶକ  ଏ ବାବଦରେ ମୁହଁ ଖୋଲିଛନ୍ତି I ଏଠାରେ ଲାଗିରହି ଥିବା ସମସ୍ୟା ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥା କରାନଗଲେ ବାଧ୍ୟ ହୋଇ ଆନ୍ଦୋ ଳନା ତ୍ମକ ଆପଣେଇବେ ବୋଲି ଅନେକ  ସମବାୟ ପ୍ରେମୀ ମତ ବ୍ୟକ୍ତ କରିଛନ୍ତି I

Exit mobile version