Home ଓଡ଼ିଶା ବୈପାରିଗୁଡା ଭାରତୀୟ ଜନତା ପାର୍ଟିର ତରଫରୁୁ ସୁଶାସନ ଦିବସ ପାଳିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ତଥା ବିଶିଷ୍ଟି ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ରବିବାର ଦିନ ପଡିଥିଲା ଶୁଭ ଜନ୍ମଦିନ । ୨୫ ଡିସେମ୍ବର ୧୯୨୪ରେ ଗ୍ୱାଲିୟରରେ ଜନ୍ମିତ ବାଜପେୟାଙ୍କ ଜନ୍ମ ଦିନକୁ ୨୦୧୪ ଡିସେମ୍ବର ୨୫ ଠାରୁ ସୁଶାସନ ଦିବସ ଭାବେ ସାରା ଦେଶରେ ପାଳନ କରାଯାଇ ଆସୁଛି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଏକ ବିରାଟ ପରିବର୍ତନ ଅଣାଇପାରିଥିଲେ । ୫୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ବିକାଶ ସାରା ଭାରତକୁ ଯୋଡିବାରେ ସହାୟକ ହୋଇଥିଲା । ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ ତମ ଜନ୍ମ ବାର୍ଷିକୀ ଦିବସ ଅବସରରେ ସ୍ଥାନୀୟ ଡାକବଙ୍ଗଳା ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ବାଜପେୟୀଙ୍କ ଗୁଣ ଗାନ କରାଯାଇଥିଲା । ବୈପାରିଗୁଡା ଭାରତୀୟ ଜନତା ପାର୍ଟିର କାର୍ଯ୍ୟଳୟରୁ ଦଳୀୟ ସଦସ୍ୟ ମାନେ ଏକ ଶୋଭାଯାତ୍ରରେ ବାହାରି ଡାକବଙ୍ଗଳା ଠାରେ ଏକଜୁଟ ହେବା ପରେ ବାଜପେୟାଙ୍କ ଜନ୍ମଦିନର କାମନା କରି ସମସ୍ତ ଦଳୀୟ କର୍ମୀ ମାନେ ଦୀପ ଲଗାଇଥିଲେ ।ଏହି ଉତ୍ସବ କାର୍ଯ୍ୟକ୍ରମକୁ ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଓ ପଂଚାୟତ ସ୍ତରରୁ ବହୁ ଦଳୀୟ କର୍ମୀ ଓ ନେତା ଆସିଥିବାର ଜଣାପଡିଛି । ବୈପାରିଗୁଡା ବ୍ଲକର ୨୦ଗୋଟି ଗ୍ରାମପଚାଂୟତର ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026