Home ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନୟାଗଡ ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp କୁସୁମୀ ଜଳସେଚନ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :- ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନୟାଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ସେଠାରେ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ପରେ ନିର୍ମାଣଧିନ କୁସୁମୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ ।ପ୍ରାୟ ତିନି ଶହ କୋଟି ଟଙ୍କା ବ୍ଯୟରେ ନିର୍ମିତ ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚନ କରାଯାଇପାରିବ । ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ସହ ଜଳସେଚନ ପାଇଁ ପାଇପ ଲାଇନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।ଏହାପରେ ମୁଖ୍ୟ ଶାସନ ସଚିବ ଶରଣକୁଳ ଝାଡେଶ୍ବରୀ ଇକୋ ଟୁରିଜିମ ପ୍ରକଳ୍ପ, ରାମସାଗର ପାର୍କ, ନନ୍ଦିଘୋର ସାଗର ପୋଖରୀ ଏବଂ ଓଡଗାଁସ୍ଥିତ ରଘୁନାଥଜୀଉ ମନ୍ଦିର ଗସ୍ତ କରିଥିଲେ । ରଘୁନାଥଜୀଉଙ୍କ ଦର୍ଶନ ପରେ ମନ୍ଦିର ଉନ୍ନତିକରଣ ନିମନ୍ତେ ସେବାୟତ ମାନଙ୍କ ବିଭିନ୍ନ ଦାବି ଉପରେ ସେମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁ, ବିଭାଗୀୟ ଅଧିକାରୀ, ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026 ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ by Proprietor Abhimanyu Maharana October 18, 2026 ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ by Proprietor Abhimanyu Maharana October 17, 2026 ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 17, 2026